ବିଏମସି ଡେପୁଟି କମିଶନର ଥାନାରେ ଅଟକ

ଭୁବନେଶ୍ୱର ମହାନଗର ନିଗମ ଡେପୁଟି କମିଶନର ଯୋଗେଶ୍ଵର ନାୟକଙ୍କ ବିରୋଧରେ ଦୁର୍ବବ୍ୟବହାର ଓ ବ୍ଲାକମେଲିଂ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ।

ତାଙ୍କୁ ଏକ ଆଲବମରେ ଅଭିନୟ କରିବାର ସୁଯୋଗ ଦେବାକୁ କହି ପ୍ରତିବଦଳରେ ତାଙ୍କ ସହିତ ରାତ୍ରୀଯାପନ କରିବାକୁ ଶ୍ରୀ ନାୟକ ତାଙ୍କୁ କହିଥିଲେ ବୋଲି ଅଭିଯୋଗ କରିଛନ୍ତି ଯୁବତୀ ଜଣକ, ଏଭଳି ହୀନପ୍ରସ୍ତାବକୁ ବିରୋଧ କରିବାରୁ ଡେପୁଟି କମିଶନର ତାଙ୍କ ଘରେ ପଶି ତାଙ୍କୁ ଅସଭ୍ଯ ଭାଷାରେ ଗାଳିଗୁଲଜ କରିଥିଲେ ଓ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଧମକାଇଥିଲେ ବୋଲି ଯୁବତୀ ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ।

ପୋଲିସ ଶ୍ରୀ ନାୟକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅନ୍ୟ ପକ୍ଷରେ ଯୁବତୀ ଜଣଙ୍କ ତାଙ୍କଠାରୁ ୪ ଲକ୍ଷ ଟଙ୍କା ନେଇ ତାଙ୍କୁ ଫେରାଉନଥିଲେ ।

ଟଙ୍କା ମାଗିବାରୁ ସେ ତାଙ୍କୁ ଫସାଇବାକୁ ଏପରି ମିଥ୍ୟା ଅଭିଯୋଗ କରିଛନ୍ତି ବୋଲି ଯୋଗେଶ୍ୱର ଅଭିଯୋଗ କହିଛନ୍ତି ।

Leave A Reply

Your email address will not be published.