କରେଣ୍ଟ ଲାଗି ଭାସ୍କର ପ୍ଲାଣ୍ଟର ଜଣେ କର୍ମଚାରୀ ଗୁରୁତର, ରାଉରକେଲା ସ୍ଥାନାନ୍ତରିତ

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ଲହୁଣୀପଡା ଥାନା ଅନ୍ତର୍ଗତ ବଡତୁମ କଳା ଗ୍ରାମ ନିକଟରେ ଥିବା ଭାସ୍କର ସ୍ପଞ୍ଜ କାରଖାନା ବାହାରେ ଥିବା ଭାସ୍କର ପାଉଁଶ ଇଟା ନିର୍ମାଣ କାର୍ଯ୍ୟ କରୁଥିବା ସମୟରେ ଉଚ୍ଚ ସମ୍ପନ୍ନ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ଭାସ୍କର ସ୍ପଞ୍ଜ କାରଖାନା ସମ୍ମୁଖରେ ପାଉଁଶ ଇଟା ନିର୍ମାଣ ପାଇଁ ପାହାଡ଼ ଭଳି ପାଉଁଶ ଜମାକରି ରଖାଯାଇଛି। ଯାହାକି କାରଖାନା ଗୁଡିକୁ ବିଦ୍ୟୁତ ସଂଯୋଗ ପାଇଁ ଉଚ୍ଚ ସମ୍ପନ୍ନ ବିଶିଷ୍ଟ ବିଦ୍ୟୁତ। ସେଠାରେ ଏକ ଠିକା ସଂସ୍ଥା ମା ସିତଳା ପକ୍ଷରୁ କେତେକ ଶ୍ରମିକ ମାନଙ୍କୁ ବାହାର ରାଜ୍ୟରୁ ଆଣି ଓଡ଼ିଶା ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଠାରୁ କମ ବେତନ ଦେଇ ଏଠାରେ କାର୍ଯ୍ୟ କରାଉଛନ୍ତି । ଉପଖଣ୍ଡରେ ଥିବା ଶ୍ରମ ଅଧିକାରୀଙ୍କ ପକ୍ଷରୁ ନିୟମିତ ଚଢାଉ ହେଉ ନଥିବାରୁ ବାରମ୍ବାର ଏହିଭଳି ଦୁର୍ଘଟଣା ଘଟି ନିରୀହ ଶ୍ରମିକ ମାନଙ୍କ ପ୍ରାଣ ହାନି ହେଉଥିବା ନଜିର ରହିଛି। କାରଖାନା କର୍ତ୍ତୃପକ୍ଷ ଶ୍ରମିକ ମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ବଦଳରେ ଟଙ୍କା କମାଇବାରେ ଲାଗି ପଡ଼ିଛନ୍ତି ।ଏଥି ପ୍ରତି ସ୍ଥାନୀୟ ପ୍ରଶାସନ, ପୋଲିଶ ବିଭାଗ, ଶ୍ରମ ଅଧିକାରୀ ସବୁ ଜାଣିଶୁଣି ଚୁପ ରହିବା ଅଞ୍ଚଳର ଜନ ସାଧାରଣ ଚିନ୍ତା ପ୍ରକଟ କରିଛନ୍ତି । ଆଜି ବିଦ୍ୟୁତ ଆଘାତରେ ଜଣେ କର୍ମଚାରୀ କରେଣ୍ଟ ଲାଗି ଯିବାରୁ ତାକୁ ପ୍ରଥମେ ବଣାଇ ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା କରାଇବା ପରେ ଅଵସ୍ଥା ଗୁରୁତର ହେବାରୁ ରାଉରକେଲାକୁ ଚିକିତ୍ସା ନିମନ୍ତେ ପଠାଯାଇଥିବା ଜଣାପଡିଛି। ଯୁବକ ଜଣକ ବିଦ୍ୟୁତ ଆଘାତରେ ୭୦ ଭାଗ ପୋଡି ଯାଇଥିବା ଚିକିତ୍ସାଳୟ ପକ୍ଷରୁ ଜଣାପଡିଛି। କାରଖାନା କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେମାନେ କୁହନ୍ତି ବାହାରକୁ ଶୌଚ ଲାଗି ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ଏହି ଘଟଣା କାରଖାନା ପରିସର ଭିତରେ ହୋଇଥିବାରୁ ଘଟଣାକୁ ଚପାଇ ଦେବା ଏବଂ ବହୁତ ଆଗରେ ନ କହିବା ଲାଗି ଏପରି କୁହାଯାଉଛି ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.