ମାଇନ୍ସର ମନମୁଖୀ କାର୍ଯ୍ୟକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଧାରଣା

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡ କୋଇଡା ବ୍ଲକ ନଦୀଡିହି ଠାରେ ଅବସ୍ଥିତ ଥିବା ବେଦାନ୍ତ ମାଇନ୍ସର ମନମୁଖୀ କାର୍ଯ୍ୟ କୁ ନେଇ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ଏବଂ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଦିବାକର ନାୟକଙ୍କ ସହଯୋଗ ରେ ଏକ ହଜାରରୁ ଉର୍ଦ୍ଧ୍ବ ସିଟୁ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଗହଣରେ ବେଦାନ୍ତ ଖଣିର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଦୀର୍ଘ ୫ ଦିନ ଧରି ଚାଲିଥିବା ଧାରଣା ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁଙ୍କ ହସ୍ତକ୍ଷେପ ପରେ ସମାଧାନ ହେଇଥିବା ଜଣା ପଡିଛି। ଗତ ଦୁଇ ବର୍ଷ ପୂର୍ବରୁ ରୁଙ୍ଗୁଟା ମାଇନ୍ସକୁ ରାଜ୍ୟ ସରକାର କୋଇଡା ବ୍ଲକର କାଶିରା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗଳବେଡା ଗ୍ରାମ ସ୍ଥିତ ଖଣିକୁ ବେଦାନ୍ତକୁ ହସ୍ତାନ୍ତର କରିବା ପରେ ସେ ସ୍ଥାନୀୟ କାର୍ଯ୍ୟରତ ଶ୍ରମିକ ମାନଙ୍କୁ କାର୍ଯ୍ୟରୁ ଛଟେଇ କରି ବାହାର ଲୋକଙ୍କୁ ନିଯୁକ୍ତି କରୁଥିବା ଜଣା ପଡ଼ିଛି।ଏହା ସହିତ ପୂର୍ବରୁ ପରିବହନ କରୁଥିବା ୫ ଗୋଟି ସାଇଡିଂକୁ କଞ୍ଚାମାଲ ପରିବହନ ନ କରି ଅନ୍ୟ ଜିଲ୍ଲାକୁ ସ୍ୱଳ୍ପ ମୂଲ୍ୟରେ ପରିବହନ କରୁଅଛି । ତେବେ ସେ ବ୍ୟବହାର କରୁଥିବା ରାସ୍ତାକୁ ଗ୍ରାମ ପଞ୍ଚାୟତ କିମ୍ବା ପ୍ରଶାସନ ପକ୍ଷରୁ ଏନଓସି ନ ନେବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ରେକର୍ଡ ପଟ୍ଟା ଜମିକୁ ଜୋର୍ ଜବରଦସ୍ତ ଦଖଲ କରି ଆସୁଅଛି। ଏହାର ପ୍ରତିବାଦରେ ଗତ ୧୮ ତାରିଖ ଠାରୁ ବେଦାନ୍ତ ଖଣି ମୁଖ୍ୟ ଫାଟକ ସମ୍ବୁଖରେ ବଣାଇ ବିଧାୟକ ସ୍ଥାନୀୟ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ହଜାର ହଜାର ବାସିନ୍ଦା ଆନ୍ଦୋଳନ ସହିତ ଧାରଣା ଦେଇଥିଲେ । ଫଳରେ ବଣାଇ ଉପ ଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ ଧାରଣା ସ୍ଥଳରେ ପହଞ୍ଚି ଶୀଘ୍ର ଖଣି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ଫଳରେ ଆଜି ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସିପିଆଇ ଏମ ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ , ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି, ଜିଲ୍ଲା ପରିଷଦ ସଭ୍ୟଙ୍କ ଉପସ୍ଥିତିରେ ବଣାଇ ରାଜା ଧରଣୀଧର ବହୁମୁଖି ଖେଳ ପଡିଆ ଠାରୁ ହଜାର ହଜାର ଜନ ସାଧାରଣ ଓ କର୍ମୀଙ୍କ ଗହଣରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରି ପହଞ୍ଚି ଥିଲେ। ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବଣାଇ ଉପଖଣ୍ଡ ପୋଲିଶ ଅଧିକାରୀ ସ୍ବରାଜ ଦେବତା,ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବେଦାନ୍ତ ଖଣି କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଆଲୋଚନା କରି ସମସ୍ତ ସର୍ତ୍ତ ମାନି ନେଇଥିବା ଜଣା ପଡିଛି।

Leave A Reply

Your email address will not be published.