ବ୍ଲାକହେଡ୍ସ ସମସ୍ୟାରୁ ମୁକ୍ତି ଦେବ ଓଟସ୍‌ ସ୍କ୍ରବ୍‌, ଏମିତି କରନ୍ତୁ ବ୍ୟବହାର

ବର୍ତ୍ତମାନ ବଢୁଥିବା ପ୍ରଦୂଷଣ ଯୋଗୁଁ ଚେହେରାର ଦେଖାଶୁଣା କରିବା ବହୁତ ମୁସ୍କିଲ ହୋଇପଡ଼ୁଛି। ଏଥିପାଇଁ ଚେହେରାରେ କଳା କିମ୍ବା ଧଳା ରଙ୍ଗର ଦାନା ଦାନା ହୋଇଯାଏ। ଏହାର ମୁଖ୍ୟ କାରଣ ହେଉଛି, ମୁହଁରେ ଲୋମଛିଦ୍ର ବନ୍ଦ ହେବା। ତେବେ କିଛି ଘରୋଇ ଉପାୟ ବ୍ୟବହାର କରି ଆପଣ ବ୍ଲାକହେଡ୍ସ ସମସ୍ୟାରୁ ମୁକ୍ତି ପାଇପାରିବେ। ଓଟସ୍‌ ସ୍କ୍ରବ ସ୍କିନ୍‌କୁ ଭିତରୁ ସଫା କରିବା ସହ କୋମଳତା ଆଣିଥାଏ ଏବଂ ବ୍ଲାକହେଡସ୍‌ ବାହାର କରିବାରେ ସହାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ସ୍କ୍ରବ୍‌।

ଏକ ପାତ୍ରରେ ଗୋଟେ କଦଳୀ, ୧ ଚାମଚ ଓଟ୍ସ, ୧ ଚାମଚ ମହୁ, ଅଲିଭ ଅଏଲ, ବାଦାମ ତେଲକୁ ଭଲ ଭାବେ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ପେଷ୍ଟକୁ ସର୍କୁଲାର ମୋସନ୍‌ରେ ମସାଜ୍‌ କରି ହାଲ୍‌କା ଭାବେ ମସାଜ କରନ୍ତୁ। ଏହାକୁ ୫-୧୦ ମିନିଟ୍‌ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ। ତା’ ପରେ ଅଳ୍ପ ଉଷୁମ ପାଣିରେ ଧୋଇ ଦିଅନ୍ତୁ।

Leave A Reply

Your email address will not be published.