ଶୀତଦିନେ ବାଇକ ଚଲାଇବା ବେଳେ ଆପଣାନ୍ତୁ ଏସବୁ ଉପାୟ, ହେବନି ଦୁର୍ଘଟଣା

ଶୀତଦିନେ କୁହୁଡ଼ି ପାଇଁ ଗାଡ଼ି ଚଲାଇବା ବେଳେ ସବୁଠୁ ଅଧିକ ଅସୁବିଧା ହୋଇଥାଏ।

ଏହି କାରଣରୁ ବଡ଼ ବଡ଼ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି।

କିନ୍ତୁ ଏହି ସମୟରେ ଯଦି ଆପଣ କେତେକ ବିଷୟ ପ୍ରତି ଗୁରୁତ୍ୱ ଦେବେ, ତେବେ ଦୁର୍ଘଟଣାର ଶିକାର ହେବେ ନାହିଁ।

ଆସନ୍ତୁ ଜାଣିବା ଶୀତଦିନେ ବାଇକ ଚଲାଇବା ବେଳେ କେଉଁ ସବୁ ବିଷୟ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ…

ଶୀତଦିନରେ ବାଇକ ଚଲାଇବା ବେଳେ ଅଧିକ ଥଣ୍ଡା ଲାଗିଥାଏ।

ବାଇକ ଚଲାଇବା ସମୟରେ ଥଣ୍ଡା ପବନ ସିଧା ଦେହରେ ମାଡ଼ ହୋଇଥାଏ।

ଫଳରେ ବାଇକ ଚଳାଉଥିବା ଲୋକ ନିୟନ୍ତ୍ରଣ ହରାଇ ଥାନ୍ତି।

ଏଥିରୁ ବର୍ତ୍ତିବାକୁ ବାଇକ ଚଲାଇବା ସମୟରେ ଫୁଲ ହାତ ଥିବା ସାର୍ଟ ପିନ୍ଧନ୍ତୁ।

ଏହା ଉପରେ ଜ୍ୟାକେଟ ପିନ୍ଧି ନିଅନ୍ତୁ।

ଫଳରେ ଥଣ୍ଡା ପବନ ଦେହରେ ବାଜିବ ନାହିଁ।

କିଛି ଲୋକ ଜ୍ୟାକେଟ ପିନ୍ଧିଥିଲେ ମଧ୍ୟ ସାମ୍ନା ଚେନ୍ ଦିଅନ୍ତିନି।

ଏଭଳି କରିବା ଦ୍ୱାରା ଛାତିରେ ପବନ ମାଡ଼ ହୁଏ। ଏଣୁ ଭଲ ଭାବେ ଦେହକୁ ଘୋଡ଼ାଇବା ଭଳି ଜ୍ୟାକେଟ ପିନ୍ଧନ୍ତୁ।

ସେହିଭଳି ମୁହଁକୁ ଭଲ ଭାବେ ଢାଙ୍କି ଦିଅନ୍ତୁ।

ଏହାଦ୍ୱାରା ମୁଣ୍ଡ, ମୁହଁ ଓ କାନରେ ପବନ ମାଡ଼ ହେବ ନାହିଁ।

ଯଦି ପତଳା ଜ୍ୟାକେଟ ପିନ୍ଧିଛନ୍ତି ତେବେ ତା ଭିତରେ ପେପର ଦେଇ ଦିଅନ୍ତୁ।

ଏହା ଦ୍ୱାରା ପବନ ଭିତରକୁ ଯିବନି। ଏହି ଉପାୟ ଆପଣାଇ ବାଇକ ଚଲାନ୍ତୁ।

ଶୀତ ଲାଗିବନି କି ଆପଣ ବାଇକରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହେବେ ନାହିଁ।

Leave A Reply

Your email address will not be published.