ଭିଜିଲାନ୍ସ ଜାଲରେ ତରଭା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ

ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତରଭା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଲ‌ାବୋରାଟୋରି ଟେକନିସିଆନ ଅକ୍ଷୟ କୁମାର ପଟ୍ଟନାୟକଙ୍କୁ ଆଜି ସକାଳେ ଧରିଛି ଭିଜିଲାନ୍ସ।

ଖବରରୁ ଜଣାପଡିଛି ଯେ ତରଭା ବ୍ଲକ ସୂର୍ଯ୍ୟମୁଣ୍ଡା ଗ୍ରାମର ମୁକୁନ୍ଦ ସାହୁଙ୍କଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏଲଟି ଅକ୍ଷୟ କୁମାର ପଟ୍ଟନାୟକ ୯ ହଜାର ଟଙ୍କା ଲାଞ୍ଚ ନେଇ ନିଜ ଡ୍ରରେ ରଖୁଥିବା ବେଳେ ପୂର୍ବରୁ ଜଗିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା।

ଶ୍ରୀ ପଟ୍ଟନାୟକଙ୍କ ଘର ନୟାଗଡ଼ ଅଞ୍ଚଳରେ ଓ ସେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଲଟି ଭାବେ ପ୍ରାୟ ୨୫ ବର୍ଷ ହେବ କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.