ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ

ଶେଷରେ ଡ୍ରାଇଭର ମହାସଂଘ ୩ ଦିନ ତଳୁ ଆରମ୍ଭ କରିଥିବା ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ଏନେଇ ଆଜି ଅପରାହ୍ନରେ ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ସକାଳେ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେନ୍ଦୁଲି କହିଥିଲେ ଯେ ମୁଖ୍ଯସଚିବଙ୍କ ଲିଖିତ ପ୍ରତିଶ୍ରୁତି ଉପରେ ସେମାନଙ୍କର ଭରସା ନାହିଁ, ତେଣୁ ସରକାର ସେମାନଙ୍କ ଦାବିଗୁଡିକ ବାବଦରେ ନିର୍ଦ୍ଦିଷ୍ଟ ଘୋଷଣା କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ମାତ୍ର ଅପରାହ୍ନରେ ନିଜ ଅକଡ ଛାଡିଛି ମହାସଂଘ ଓ ମୁଖ୍ଯସଚିବଙ୍କ ପ୍ରତିଶ୍ରୁତି ତଥା ଲୋକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ମହାସଂଘ ଆନ୍ଦୋଳନରୁ ଓହରିଯାଉଛି ବୋଲି କହିଛନ୍ତି ଶ୍ରୀ ମେନ୍ଦୁଲି। ସମ୍ଭବତଃ ସକାଳର ଘୋଷଣା ପରେ ମହାସଂଘ ସଭାପତିଙ୍କୁ କେହି ବୁଝାଇ ଦେଇଛନ୍ତି ଯେ ମୁଖ୍ୟସଚିବଙ୍କ ପ୍ରତିଶ୍ରୁତିକୁ ସରକାରଙ୍କ ଘୋଷଣା ଭାବେ ବିବେଚନା କରିବାକୁ ହେବ ! ଅଧିକନ୍ତୁ ଡିଜିଙ୍କ ସତର୍କବାଣୀକୁ ଉପେକ୍ଷା କଲେ ମହାସଂଘ ଅସୁବିଧାରେ ପଡିବ ବୋଲି ମଧ୍ୟ ମେନ୍ଦୁଲି ବୁଝି ଯାଇଥିବେ !

ଆନ୍ଦୋଳନକୁ ସ୍ଥଗିତ ରଖିବା କଥା ଘୋଷଣା କରି ମହାସଂଘ ସଭାପତି କହିଛନ୍ତି ଯେ ମୁଖ୍ଯସଚିବଙ୍କ ପ୍ରତିଶ୍ରୁତି ମୁତାବକ ୯୦ ଦିନ ମଧ୍ୟରେ ସେମାନଙ୍କ ଦାବି ପୁରଣ ନହେଲେ, ସେମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ – ଲକ୍ଷ ଲକ୍ଷ ଡ୍ରାଇଭର ନବୀନ ନିବାସ ଯିବେ ଓ ସମୂହ ଆତ୍ମାହୁତି ଦେବେ।

Leave A Reply

Your email address will not be published.