ମୁଖ୍ଯସଚିବଙ୍କ ଲିଖିତ ପ୍ରତିଶ୍ରୁତିକୁ ଗ୍ରହଣ କରିନାହିଁ ଆନ୍ଦୋଳନକାରୀ ଡ୍ରାଇଭର ମହାସଂଘ, ଡ୍ରାଇଭରମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି।
ଉଲ୍ଲେଖଯୋଗ୍ୟ ଯେ ଗତକାଲି ଓଡ଼ିଶାର ମୁଖ୍ଯସଚିବ ପ୍ରଦୀପ କୁମାର ଜେନା ଡ୍ରାଇଭର ମହାସଂଘର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ଓ ୩ ମାସ ମଧ୍ୟରେ ଡ୍ରାଇଭରମାନଙ୍କ ଦାବି ସରକାର ପୁରଣ କରିବେ ବୋଲି ଲିଖିତ ଭାବେ ଜଣାଇଥିଲେ। ମାତ୍ର ମୁଖ୍ୟ ସଚିବଙ୍କ ଲିଖିତ ପ୍ରତିଶ୍ରୁତିକୁ ସଂଘ ଗହଣ କରିନାହିଁ, ସରକାର ଯେପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ମହାସଂଘ ସଭାପତି ଶ୍ରୀ ମେଣ୍ଡୁଲି।