ଗତକାଲି ମାଟ୍ରିକ ପରୀକ୍ଷାରେ ୮୬ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରର ଜୀବନ ଦୀପ ଆଜି ଅକାଳରେ ଲିଭିଯାଇଛି, ଖୁସିର ମୋହୋଲ ଭିଜିଯାଇଛି ବିଷାଦର ଲୁହରେ। ଏଭଳି ଏକ ହୃଦୟ ବିଦାରକ କରୁଣ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ।
ଶ୍ରୀରାମପୁର ଗାଁର ରମେଶ ମହାପାତ୍ରଙ୍କ ପୁଅ ଚନ୍ଦନ ଗତକାଲି ମାଟ୍ରିକ ପରୀକ୍ଷାରେ ୬୦୦ରୁ ୫୧୯ ମାର୍କ ରଖି ପାଶ କରିଥିଲେ, ଚନ୍ଦନର ଏହି କୃତିତ୍ୱ ପାଇଁ ପରିବାରରେ ହସଖୁସିର ଆନନ୍ଦ ଭରି ଯାଇଥିଲା। ମାତ୍ର ଆଜି ଘର ପାଖ ପୋଖରୀରେ ଗାଧୋଇବା ବେଳେ ସେ ପାଣିରେ ବୁଡି ପ୍ରାଣ ହରାଇଛି। ଦୈବର ନିଷ୍ଠୁର ନିର୍ଦ୍ଦେଶରେ ଦିନକ ଭିତରେ ସବୁ ଓଲଟପାଲଟ ହୋଇଯାଇଛି, ସାରା ଅଞ୍ଚଳରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ବିଷାଦ ଖେଳିଯାଇଛି।

Prev Post
Next Post