ରାଜଧାନୀରେ ଅପରାଧୀଙ୍କୁ ଜଗିବେ ଡ୍ରୋନ

ଭୁବନେଶ୍ୱରରେ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଡ୍ରୋନ ମୁତୟନ କରାଯିବ, ଆକାଶରେ ୫ କିଲୋମିଟର ଉଚ୍ଚରୁ ଏସବୁ ଡ୍ରୋନ ରାଜଧାନୀ ରାସ୍ତାଘାଟରେ ଘଟୁଥିବା ଅପରାଧର ଫଟୋ ଉଠାଇ ପୋଲିସକୁ ଦେବେ ବୋଲି କହିଛନ୍ତି ଭୁବନେଶ୍ୱର ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ। ଏସପିଜି ଗ୍ରୁପ ପକ୍ଷରୁ ଭୁବନେଶ୍ୱର ନଗର ପୋଲିସକୁ ମୋଟ ୫ଟି ଡ୍ରୋନ ଯୋଗାଇ ଦିଆଯିବ। ବର୍ତ୍ତମାନ ପାଇଁ ତୁରନ୍ତ ଗୋଟିଏ ଡ୍ରୋନ ଯୋଗାଇ ଦିଆଯାଉଥିବାର ସୂଚନା ମିଳିଛି। ଏହା ଫଳରେ ଭୁବନେଶ୍ୱରରେ କ୍ରମବର୍ଦ୍ଧିଷ୍ଣୁ ଅପରାଧକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି କୁହାଯାଇଛି।ରାଜଧାନୀରେ ରାଲି, ଉତ୍ସବ ଅନୁଷ୍ଠାନ ଓ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବ୍ଯକ୍ତିବିଶେଷଙ୍କ ଆଗମନ ସମୟରେ ଡ୍ରୋନଗୁଡିକ ତଳେ ଘଟୁଥିବା ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବେ।

Leave A Reply

Your email address will not be published.