ପୁଅ ମୃତ୍ୟୁର ସଠିକ ତଦନ୍ତ ଦାବିରେ ପରିବାର ପକ୍ଷରୁ ଧାରଣା

ପୁଅର ହୋଇଛି ସନ୍ଦେହ ଜଣକ ମୃତ୍ୟୁ, ବାପା ମା ଆଣିଛନ୍ତି ହତ୍ୟା ଅଭିଯୋଗ। ନ୍ୟାୟ ଆଶାରେ ଥାନାକୁ ଦଉଡି ଦୌଡ଼ି ନୟାନ୍ତ ହୋଇଗଲେଣି ପରିବାର ଲୋକେ। ଶେଷରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦେଇଛନ୍ତି ଧାରଣା । କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ କଂସାର ପଞ୍ଚାୟତ ଫୋରଡ଼ ଗ୍ରାମର 17 ବର୍ଷୀୟ ସୁବ୍ରତ ମୁଦୁଲି କେନ୍ଦ୍ରାପଡ଼ା ସହରର କଜଳା ଠାରେ ଥିବା କ୍ୟାରିଅର ପାୱାର ଆବାସିକ କୋଚିଂ ସେଣ୍ଟରରେ ଯୁକ୍ତଦୁଇ ବିଜ୍ଞାନର ଦ୍ୱିତୀୟ ବର୍ଷରେ ପାଠ ପଢୁଥିଲେ । ତେବେ ଗତ ଏଗାର ତାରିଖ ଶନିବାର ରାତିରେ ସୁବ୍ରତର ସେହି କୋଚିଂ ସେଣ୍ଟରରେ ଆକସ୍ମିକ ମୃତ୍ୟୁ ଘଟିଥିଲା, ହେଲେ କୋଚିଂ ସେଣ୍ଟର ତରଫରୁ ଏନେଇ ତାଙ୍କ ପରିବାରକୁ କୌଣସି ସୂଚନା ଦିଆଯାଇନଥିଲା ।

ତେବେ ସୁବ୍ରତଙ୍କ ବାପା ସୁବାସ ଚନ୍ଦ୍ରଙ୍କ ଅନୁଯାୟୀ ସେ ସେହି ଦିନ ତାଙ୍କ ସ୍ତ୍ରୀ ସ୍ନିଗ୍ଧାରାଣୀ ମୁଦୁଲିଙ୍କୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ବେଳେ ତାଙ୍କ ପୁଅକୁ କୋଚିଂସେଣ୍ଟର ମାଲିକ ଆଶିଷ ସ୍ୱାଇଁ ଓ ତାଙ୍କ ସହିତ କୋଚିଂସେଣ୍ଟରର ଆଉ ଚାରିଜଣ ପିଲା ପୁଅକୁ ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଉଥିଲେ । କୋଚିଂସେଣ୍ଟରର ପିଲାମାନେ ସୁବ୍ରତର ବାପା ମାଙ୍କୁ ଦେଖି ତାଙ୍କ ମୃତକ ପୁଅକୁ ସେମାନଙ୍କ ପାଖରେ ଛାଡ଼ିଦେଇ ପଳାଇଯାଇଥିଲେ । ପୁଅର ଏପରି ଅକସ୍ମାତ ମୃତ୍ୟୁକୁ ବାପା ସୁବାସ ଗ୍ରହଣ କରିପାରୁନଥିବା ବେଳେ କୋଚିଂସେଣ୍ଟର ମାଲିକଙ୍କ ଏବଂ ତାର ସହପାଠୀଙ୍କ ନାମରେ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ହେଲେ ଘଟଣାକୁ ସତର ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ପିତା ସୁବାସ ଚନ୍ଦ୍ର ମୁଦୁଲି । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଘଟଣାରେ ସମ୍ପୃକ୍ତ କୋଚିଂସେଣ୍ଟର ମାଲିକ ଓ ତାର ସହଯୋଗୀ ମାନେ ଡାକ୍ତର, ପୋଲିସ ଓ ରାଜନୈତିକ ଲୋକମାନଙ୍କୁ ହାତ କାରି କେସ ଟିକୁ ଚପାଇଦେବାକୁ ଚେଷ୍ଟା କରୁଛନ୍ତି ।

ତେଣୁ ପରିବାର ଲୋକେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି, ଯଦି ସଠିକ ତଦନ୍ତ କରି ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନନିଆଯାଏ ତେବେ ସେମାନେ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.