ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟା ଫଳରେ ଖାଲି ପଡିଥିବା ଝାରସୁଗୁଡା ବିଧାନସଭା ଆସନ ପାଇଁ ଆସନ୍ତା ମଇ ୧୦ ତାରିଖରେ ଅନୁଷ୍ଠିତ ହେଵ ଉପନିର୍ବାଚନ, ଏନେଇ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିଶନର ଘୋଷଣା କରିଛନ୍ତି।
ଝାରସୁଗୁଡା ଉପନିର୍ବାଚନ ସହିତ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଆଜି ତାରିଖ ଘୋଷଣା କରିଛନ୍ତି କମିଶନ। ଉଲ୍ଲେଖଯୋଗ୍ୟ ଯେ କର୍ଣ୍ଣାଟକରେ ବର୍ତ୍ତମାନ ବିଜେପି ସରକାରରେ ଅଛି ଓ ୨୨୪ ଆସନବିଶିଷ୍ଟ ରାଜ୍ୟ ବିଧାନସଭାରେ ଏହାର ୧୧୯ ବିଧାୟକ ଅଛନ୍ତି ।
ଝାରସୁଗୁଡା ଉପନିର୍ବାଚନ ପାଇଁ ଅପ୍ରେଲ ୧୩ ତାରିଖରେ ବିଧିବଦ୍ଧ ଘୋଷଣା କରାଯିବ, ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଅପ୍ରେଲ ୨୦ ରଖାଯାଇଥିବା ବେଳେ, ୨୧ରେ ଯାଞ୍ଚ ଓ ୨୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି । ମେ’ ୧୩ରେ ଭୋଟ ଗଣତି ହେବ।
ଶାସକ ବିଜେଡି ପକ୍ଷରୁ ସ୍ଵର୍ଗୀୟ ଦାସଙ୍କ କନ୍ୟା ଦିପାଳୀ ଦାସଙ୍କୁ ପ୍ରାର୍ଥୀ କରାଯିବାକୁ ଆପାତତଃ ସ୍ଥିର ହୋଇଥିବା ବେଳେ, କଂଗ୍ରେସ ଓ ବିଜେପି ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ସେନେଇ ବିଚାର ଆଲୋଚନା ଆରମ୍ଭ ହୋଇଯାଇଛି ।