ଅଶ୍ୱିନୀ କୁମାର ପଣ୍ଡା ଓଏଏସ ଟପ୍ପର

ଓଡିଶା ପ୍ରଶାସନିକ ସେବା – ଓଏଏସ ପରୀକ୍ଷା ଫଳ ପ୍ରକାଶ ପାଇଛି, ଏଥିରେ ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଛନ୍ତି, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି ଅଙ୍କୁର ଅଭିଳାଷ ଓ ରଶ୍ମୀରେଖା ପାତ୍ର। ଓଡିଶା ଲୋକସେବା ଆୟୁକ୍ତ ବା ଓପିଏସସି ଦ୍ଵାରା ଅନୁଷ୍ଠିତ ଏହି ପ୍ରଶାସନିକ ମନୋନୟନ ପରୀକ୍ଷାରେ ବିଭିନ୍ନ ବର୍ଗର ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ୫୬ ଜଣ ମହିଳା ପ୍ରାର୍ଥିନୀ – ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ୧୦ଜଣ କୃତୀ ପ୍ରାର୍ଥୀଙ୍କ ମଧ୍ୟରେ ୩ ଜଣ ମହିଳା ସ୍ଥାନ ପାଇଛନ୍ତି।

Leave A Reply

Your email address will not be published.