ମର୍ଣ୍ଣିଂ ୱାକ୍‌ ବେଳେ ଆନନ୍ଦପୁର ବିଧାୟକଙ୍କୁ ମହୁମାଛି ଆକ୍ରମଣ, ହସ୍ପିଟାଲରେ ଭର୍ତ୍ତି

ଆନନ୍ଦପୁର: ମହୁମାଛି ଆକ୍ରମଣରେ ଆହତ ହୋଇଛନ୍ତି ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସାପରେ ବିଧାୟକ ସୁସ୍ଥ ଥିବା ଚିକିତ୍ସାଳୟର ସୁପରିଣ୍ଟେଣ୍ଡେଣ୍ଟ ଧନେଶ୍ୱର ସେଠୀ କହିଛନ୍ତି।

ସୂଚନା ମୁତାବକ, ଆଜି ସକାଳେ ବିଧାୟକ ମର୍ଣ୍ଣିଂ ୱାକ୍‌ରେ ଯାଇଥିଲେ। ଏହି ସମୟରେ ବ୍ଲକ ଅଫିସ ନିକଟରେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲେ। ମହୁମାଛିଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ସେ ନିକଟସ୍ଥ ବ୍ଲକ କାର୍ଯ୍ୟାଳୟରେ ପଶିଯାଇଥିଲେ। ପରେ ସ୍ଥାନୀୟ ଲୋକେ ବିଧାୟକଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ବିଧାୟକଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିବା ଜଣାଯାଇଛି।

Leave A Reply

Your email address will not be published.