ରାଜ୍ୟ ଗୃହମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ : କହିଲେ- ପୀଡ଼ିତାଙ୍କ କ୍ଷତିପୂରଣ ରାଶି ବାଟମାରଣା ହେଉଛି

ଭୁବନେଶ୍ୱର : ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବିସ୍ଫୋରକ ବୟାନ। ମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ ଅପରାଧରେ ପୀଡ଼ିତ, ପୀଡ଼ିତାଙ୍କ ସହାୟତା ଟଙ୍କା ବାଟମାରଣା ହେଉଛି ।ଏହା ପଛରେ କିଛି ଅସାଧୁ ପୋଲିସ ଓ ଆଇନଜୀବୀଙ୍କ ହାତ ରହିଛି ବୋଲି ସେ କହିଛନ୍ତି।

ସରକାର ‘ସାକାର’ ଯୋଜନା ମାଧ୍ୟମରେ ପୀଡ଼ିତ-ପୀଡିତାଙ୍କୁ ସହାୟତା ଯୋଗାଉଥିବା ବେଳେ ଏହି ଅସାଧୁମାନେ ମିଛ ମାମଲାକୁ ସତ କରି ସରକାରୀ ସହାୟତାର ଲାଭ ଉଠାଉଛନ୍ତି।

ଫଳରେ ନିର୍ଦ୍ଦୋଷ ଲୋକଟିଏ ମାମଲାରେ ଛନ୍ଦି ହେଉଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥିରେ ଅଧିକାଂଶ ଯୌତୁକ ନିର୍ଯାତନା ଓ ଆଟ୍ରୋସିଟି ମାମଲା ରହିଛି। ଅଧିକାଂଶ ଆଟ୍ରୋସିଟି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିବା ସେ କହିଛନ୍ତି।

ଭୁବନେଶ୍ୱର ରୋଟାରି ଭବନରେ ଆଇନ ସେବା ସଂସ୍ଥା କ୍ଳାପ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ବିବୃତ୍ତି ଦେଇଛନ୍ତି ମନ୍ତ୍ରୀ, ତେବେ ମନ୍ତ୍ରୀଙ୍କର ଏଭଳି ବୟାନ ଏବେ ବିଭିନ୍ନ ମହଲରେ ଆଲୋଚନାର ବିଷୟ ପାଲଟିଛି।

ତାଙ୍କର ଏହି ବିସ୍ଫୋରକ ବୟାନ ପରେ ରାଜ୍ୟରେ ହଟଚମଟ ଦେଖାଦେଇଛି।

Leave A Reply

Your email address will not be published.