ନୀଳ ଜହର ବେପାରୀଙ୍କୁ ସାବାଡ଼ କରିଦେଲାଣି ପାଟପୁର ପୋଲିସ

ସାନଖେମୁଣ୍ଡି (ରାଜୀବ କୁମାର ପ୍ରଧାନ) :- ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ଦ୍ୱାରା ୫୮.୦୫୦ କିଲୋଗ୍ରାମ ଗଞ୍ଜେଇ ସହିତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଅଛି l ୦୧/୧୦/୨୩ ତାରିଖରେ ବିଶେଷ ସୂତ୍ରରୁ ପାଟପୁର ପୋଲିସ ଗଞ୍ଜେଇ ର ଚୋରା ଚାଲାଣ ପାଇଁ କଂସାମାରି ଗ୍ରାମର ଏସ ରାଜେନ୍ଦ୍ର ଦୋରାଙ୍କ ଘରେ ଗଞ୍ଜେଇ ଗଛିତ ରଖିଥିବା ଖବର ପାଇ ସଦଳବଳେ ଚଢ଼ାଉ କରି ଘରେ ରଖିଥିବା ଗଞ୍ଜେଇ ଜବତ କରିବା ସହିତ ରାଜେନ୍ଦ୍ର ଦୋରାଙ୍କୁ ଗିରଫ କରିଥିଲା l ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିବା ବେଳେ ୫୮.୦୫୦ କିଲୋଗ୍ରାମ ର ଗଞ୍ଜେଇ ଥିବା ଜଣାପଡିଥିଲା l ଏନେଇ ପାଟପୁର ଥାନା କେଶ ନମ୍ବର ୬୨୬/୨୩ ରେ କେଶ କରି ଏସ ରାଜେନ୍ଦ୍ର ଦୋରାଙ୍କୁ କୋର୍ଟ ଚାଲାଣ କରିଛି ପାଟପୁର ପୋଲିସ l ଥାନା ଅଧିକାରୀ ସବ୍ୟସଚ୍ଚି ମଲ୍ଲ ପାଟପୁର ଥାନାରେ ଯୋଗଦେବା ଦିନଠାରୁ ନୀଳ ଜହର ବେପାରୀଙ୍କ ନିଦ ହଜାଇ ଦେଇଛନ୍ତି l ଏପରିକି ଅନେକ ଧୃତ ନୀଳ ଜହର ବେପାରୀଙ୍କୁ ଗିରଫ କରି ଜେଲର ଚାରିକାନ୍ଥ ଭିତରେ ଥିବା ବେଳେ ସେମାନଙ୍କ ଚେଲାମାନେ ଟିକିଏ ଟିକିଏ ମୁଣ୍ଡ ଟେକିବା ଆରମ୍ଭ କରୁଛନ୍ତି l କିନ୍ତୁ ଯେଉଁଠି ଧୃତ ନୀଳ ଜହର ବେପାରୀଙ୍କୁ ପାଟପୁର ପୋଲିସ ବୁଦ୍ଧି ଶିଖାଇ ସାରିଛି ସେଇଠି ଚେଲା କେତେଦିନ ତିଷ୍ଠିବେ l ପାଟପୁର ଥାନା ଅଧିକାରୀଙ୍କ ଭୟରେ ଅନେକ ଗଞ୍ଜେଇ ବେପାରୀ ଗାଁ ଛାଡି ରାଜ୍ୟ ବାହାରେ ରହୁଥିବା ଶୁଣିବାକୁ ମିଳୁଛି l

Leave A Reply

Your email address will not be published.