ପୋଲିସ ଭ୍ୟାନ ନିୟନ୍ତ୍ରଣ ହରାଇବାରୁ ୩ପୋଲିସ କର୍ମଚାରୀ ଆହତ

କେନ୍ଦୁଝର (ଦେବଦର୍ଶନ ଦାସ) : କେନ୍ଦୁଝର ଜିଲ୍ଲା ବା ମେବାରି ଥାନ। ଅନ୍ତର୍ଗତ ନାମ୍ବିର। ଠାରେ ପୋଲିସ ଭ୍ୟାନ ନିୟନ୍ତ୍ରଣ ହରାଇବାରୁ ୩ପୋଲିସ କର୍ମଚାରୀ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି ।ମିଳିଥିବା ସୂଚନା ରୁ ଜଣାପଡିଛି ଯେ,ଶୁକ୍ରବାର ବା ମେବାରି ଥାନା ଅଂଚଳର ବଳଦା ପଞ୍ଚାୟତ ର ଟାଟା ଷ୍ଟିଲ କମ୍ପାନୀ ପକ୍ଷରୁ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ପରିଣତ କରିବା ପାଇଁ ଏକ ଗ୍ରାମ ସଭାର ଆୟୋଜନ ଥିଲା, ସେଥିପାଇଁ କୈାଣସି ପ୍ରକାର ର ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନ ହେବା ନିମନ୍ତେ କେନ୍ଦୁଝର ରୁ ଏକ ପୋଲିସ ଭ୍ୟାନ ଆସିଥିଲା ।ଅପରାହ୍ନ ପ୍ରାୟ ୩.୩୦ମିନିଟ୍ ସମୟରେ ବାମେବାରି ରୁ କେନ୍ଦୁଝର ଅଭିମୁଖେ ଯାଉ ଥିବା ବେଳେ ନମ୍ବୀର। ଠାରେ କୌଣସି କାରଣ ରୁ ଭ୍ୟାନ ଟି ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଖସି ଯାଇଥିଲା ।ତେବେ ଡ୍ରାଇଭର ର ଉପସ୍ଥିତ ବୁଦ୍ଧି ହେତୁ ଭ୍ୟାନ ଟି ନିୟନ୍ତ୍ରିତ ହୋଇଥିଲା ଏବଂ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ।ତେବେ ଏଥିଯୋଗୁଁ ଭ୍ୟାନ ରେ ବସି ଥିବା ୧୮ଜଣ ପୋଲିସ କର୍ମଚାରୀ ଙ୍କ ମଧ୍ୟରୁ ୩ଜଣ ଆହତ ହୋଇଥିବା ଜଣା ପଡ଼ିଛି

Leave A Reply

Your email address will not be published.