ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ୨୩୩ଟି ମହାବିଦ୍ୟାଳୟ ଅଧ୍ୟକ୍ଷ ଓ କିରାଣୀଙ୍କ ଦରମା ବନ୍ଦ କରିଛି ଉଚ୍ଚ ଶିକ୍ଷା ବିଭାଗ। ମେ’ ମାସର ଦରମା ନ ଉଠାଇବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ୨୩୩ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ କିରାଣୀଙ୍କୁ ଉଚ୍ଚଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକ କିଛି ଅଫିସିଆଲ ରିପୋର୍ଟ ମାଗିଥିଲେ। ହେଲେ ଏହି କଲେଜର ଗୁଡ଼ିକର ଅଧ୍ୟକ୍ଷ ଓ କିରାଣୀ କୌଣସି ଉତ୍ତର ଦେଇ ନଥିଲେ । ଏନେଇ ବାରମ୍ବାର ବାରମ୍ବାର କଲେଜମାନଙ୍କୁ ରିପୋର୍ଟ କରିବାକୁ ଉଚ୍ଚଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକ ଚିଠି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ପରେ ଉଚ୍ଚ ଶିକ୍ଷା ବିଭାଗର ଅଧ୍ୟକ୍ଷ ଓ କିରାଣୀଙ୍କ ଦରମାକୁ ବନ୍ଦ କରି ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଭାଗୀୟ ଚିଠିର ଉତ୍ତର ନଦେବାର ଅର୍ଥ ହେଉଛି ସରକାରୀ କାର୍ଯ୍ୟ ନିର୍ବାହରେ ବଡ଼ ଅବହେଳା ଏବଂ ବିଭାଗ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନର ବିଫଳତା ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏପରି ଅବହେଳା ପାଇଁ ମେ’ ମାସର ଦରମା ନ ଉଠାଇବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଉଚ୍ଚ ଶିକ୍ଷାବିଭାଗ କେଉଁ ରିପୋର୍ଟ ମାଗିଥିଲା, ତାହା ଜଣାପଡ଼ି ନାହିଁ।