ଆଫଗାନିସ୍ତାନରେ ଆତଙ୍କବାଦୀ ସକ୍ରିୟ : ମସଜିଦ ଉପରେ ବୋମାମାଡ

ଉଗ୍ର ତାଲିବାନଙ୍କ ଶାସନାଧୀନରେ ଥିବା ଇସଲାମିକ ଦେଶ ଆଫଗାନିସ୍ତାନରେ ଏବେ ସକ୍ରିୟ ହୋଇ ଉଠିଛନ୍ତି ।

ସେମାନଙ୍କ ଟାର୍ଗେଟରେ ମୁଖ୍ୟତଃ ଅଛନ୍ତି ସିହା ସମ୍ପଦାୟର ମୁସଲମାନମାନେ।
ଗତକାଲି ଦେଶର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ଘଟାଇ ଆତଙ୍କବାଦୀମାନେ ୧୪ ଜଣଙ୍କୁ ହତ୍ୟା କରିଛନ୍ତି ଓ ୨୩ ଜଣଙ୍କୁ ଗୁରୁତର ଆହତ କରିଛନ୍ତି।

କାବୁଲସ୍ଥିତ ଜକାରିଆ ମସଜିଦରେ ନମାଜ ପାଠ ହେଉଥିବା ବେଳେ ସେଠାରେ ବୋମା ବିସ୍ଫୋରଣ ହୋଇଥିଲା।

ସେହିପରି ଦେଶର ଉତ୍ତର ଅଞ୍ଚଳରେ ଗୋଟିଏ ଚଳନ୍ତା ବସ୍‌କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଏହା ଉପରେ ଆକ୍ରମଣ କରିଥିଲେ ।

ଏଥିରେ ୧୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହୋଇଛି।
ତାଲିବାନ ପୋଲିସ ମୁଖପାତ୍ର ଖାଲିଦ ଜାଦରାନ ଏହି ସୂଚନା ପ୍ରଦନ କରିଛନ୍ତି।

Leave A Reply

Your email address will not be published.