ମସ୍କୋରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଭାରତର ନିରପେକ୍ଷ ବୈଦେଶିକ ନୀତିକୁ ପ୍ରଶଂସା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେକ ଇନ ଇଣ୍ଡିଆ’ ଆହ୍ଵାନ ଏକ ସ୍ଵାଗତଯୋଗ୍ଯ ପଦକ୍ଷେପ ବୋଲି କହିଛନ୍ତି। ବ୍ରିଟିଶ ଉପନିବେଶବାଦୀ ଶାସନରୁ ମୁକ୍ତ ହେବା ପରେ ବିଶ୍ଵର ବୃହତ୍ତମ ଗଣତନ୍ତ୍ର ଭାବେ ଭାରତ କ୍ରମାଗତ ଭାବେ ସବୁ କ୍ଷେତ୍ରରେ ଉନ୍ନତି କରି ଚାଲୁଥିବା କଥା ଉଲ୍ଲେଖ କରି ପୁଟିନ କହିଲେ ଯେ ଏତେ ବିଶାଳ ଜନସଂଖ୍ୟା ସତ୍ତ୍ୱେ ଭାରତର ବିକାଶ ପ୍ରଶଂସନୀୟ।