ବେଲାରୁସର ମାନବାଧିକାର କର୍ମୀ ଆଲେସ ବାଲିଆସ୍କିଙ୍କୁ ୨୦୨୨ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ବାଲିଆସ୍କିଙ୍କ ସହିତ ଋଷିଆର ମାନବାଧିକାର ସଂଗଠନ ‘ମେମୋରିଆଲ’ ଏବଂ ୟୁକ୍ରେନର ମାନବାଧିକାର ସଂଗଠନ ‘ସେଣ୍ଟର ଫର ସିଭିଲ ଲିବର୍ଟିଜ’କୁ ମିଳିତ ଭାବେ ଏହି ସମ୍ମାନ ମିଳିବ ବୋଲି ନୋବେଲ କମିଟି ଘୋଷଣା କରିଛି। ଏହିସବୁ ସଙ୍ଗଠନ ଦୀର୍ଘବର୍ଷ ଧରି ନିଜ ନିଜ ଦେଶର ନାଗରିକମାନଙ୍କର ମାନବିକ ଅଧିକାର ପାଇଁ କାର୍ଯ୍ୟ କରୁଥିଲେ।
ବିଗତ ଶତାବ୍ଦୀର ୮୦ ଦଶକରେ ବୋଲାରୁଷରେ ଆରମ୍ଭ ହୋଇଥିବା ଗଣତନ୍ତ୍ର ଆନ୍ଦୋଳନରେ ବାଲିଆସ୍କିଙ୍କ ଭୂମିକା ଥିଲା ଅତ୍ଯନ୍ତ ଗୁରୁତ୍ୱପୂର୍ଣ୍ଣ। ଗଣତାନ୍ତ୍ରିକ ପଦ୍ଧତିରେ ଦେଶର ବିକାଶ ଓ ନାଗରିକମାନଙ୍କର ମାନବାଧିକାର ପାଇଁ ସେ ସଚେତନତା ସୃଷ୍ଟି କରିପାରିଥିଲେ। ରାଜନୈତିକ ବନ୍ଦୀଙ୍କ ଉପରେ ହେଉଥିବା ଅତ୍ୟାଚରକୁ ରୋକିବା ପାଇଁ ସେ ୧୯୯୬ ମସିହାରେ ଭିଆସନ ସଙ୍ଗଠନ ଗଢିଥିଲେ।
Next Post