ଅମରନାଥ ଦର୍ଶନ ପାଇଁ ଜୁଲାଇ ୧ ତାରିଖରେ ରାୟଗଡ଼ାରୁ ବାହାରିଥିଲେ ୫ ଓଡ଼ିଆ ତୀର୍ଥଯାତ୍ରୀ – ବସନ୍ତ କୁମାର ସେନାପତି, ସୌମ୍ୟରଞ୍ଜନ ପାତ୍ର, ନିହାରରଞ୍ଜନ ପାତ୍ର, କେ ରବିକୁମାର ଓ ଟୁକୁନା ପ୍ରଧାନ। ୭ ତାରିଖରେ ଦର୍ଶନ ମଧ୍ଯ କରିଥିଲେ ! ମାତ୍ର ଜାମ୍ମୁ ଫେରିବା ପାଇଁ ଏକ ଅସ୍ଥାୟୀ କ୍ୟାମ୍ପରେ ଅପେକ୍ଷା କରିଥିବା ବେଳେ ୮ ତାରିଖ ସନ୍ଧ୍ୟାରେ ହଠାତ୍ ହୋଇଥିଲା ବାଦଲଫଟା ବର୍ଷା, ମାଡ଼ି ଆସିଥିଲା ବନ୍ୟା, ସେମାନଙ୍କ ଟେଣ୍ଟ ଭାସି ଯାଇଥିଲା। କୌଣସିମତେ ଉଚ୍ଚସ୍ଥାନକୁ ଯାଇ ନିଜ ନିଜ ଜୀବନ ରକ୍ଷାକର ପାରିଥିଲେ ସେମାନେ। ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ସେମାନେ ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ଆକୁଳ ଆବେଦନ କରିଛନ୍ତି କହିଛନ୍ତି ।