କଟକ ଜିଲ୍ଲା ସାଲେପୁର ଅଞ୍ଚଳର ଶିଶୁଆ ସାଲେପୁର ମଧ୍ୟବର୍ତ୍ତି ସପନପୁରଠାରେ କଟକ-ଚାନ୍ଦବାଲି ରାସ୍ତା କଡରେ ଖୋଲାଯାଇଥିବା ମଦ ଦୋକାନକୁ ଉଛେଦ କରିବାକୁ ଦାବି କରିଛନ୍ତି ମହିଳାମାନେ, ମଦ ଦୋକାନ ସାମ୍ନାରେ ସତ୍ୟାଗ୍ରହ କରି କହିଛନ୍ତି ଯେ ଏଠାରେ ମଦ ଦୋକନ ଖୋଳାଗଲେ, ତାହା ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି କରିବ ବୋଲି ପୂର୍ବରୁ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲା, ମାତ୍ର ଜନସାଧାରଣଙ୍କ ଶାନ୍ତିପୂର୍ଣ୍ଣ ଜୀବନ ପ୍ରତି ଧ୍ୟାନ ନଦେଇ କର୍ତ୍ତୃପକ୍ଷ ଏଠାରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିବାରୁ ଏହାର ଉଛେଦ ନ ହେଲା ପର୍ଯ୍ୟନ୍ତ ସତ୍ୟାଗ୍ରହ ଚାଲିବ ବୋଲି ମହିଳାମାନେ ଘୋଷଣା କରିଥିଲେ । ଏଥିରେ ଓଡିଶା ନିଶା ନିବାରଣ ଅଭିଯାନର ସଭ୍ୟମାନେ ଭାଗ ନେଇଥିଲେ । ମହିଳାମାନେ ରାମଧୁନ ଗାଇ ସତ୍ୟାଗ୍ରହ କରିଥିଲେ । ଶେଷରେ ସାଲେପୁର ଥାନା ଅଧିକାରୀ , ଅବକାରୀ ନିରୀକ୍ଷକ ଓ ଅତିରିକ୍ତ ତହସିଲଦାର ସତ୍ୟାଗ୍ରହସ୍ଥଳରେ ପହଞ୍ଚି ମଦ ଦୋକାନକୁ ଉଛେଦ କରାଯିବ ବୋଲି ପ୍ରତିଶୃତି ଦେବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।