ତଣ୍ଟି କାଟି ମହିଳାଙ୍କ ହତ୍ୟା

ଆଜି କଟକ ଓଡ଼ିଆ ବଜାର ତେଲୁଗୁ ସାହିରେ ଜଣେ ୩୮ବର୍ଷ ବୟସ୍କା ମହିଳାଙ୍କୁ ତାଙ୍କ ଘର ଭିତରେ ତଣ୍ଟି କାଟି ହତ୍ୟା କରାଯାଇଛି ।ମହିଳା ନାମ ବି. ଗୁଣ ବତୀ ଓ ସେ ବି. ଆପ୍ପାରାଓଙ୍କ ପତ୍ନୀ ବୋଲି ଜଣା ପଡିଛି । ଆପ୍ପାରାଓ କାମରେ ବାହାରକୁ ଯାଇଥିବା ବେଳେ ଘରେ ଗୁଣବତୀ ଏକାକୀ ଥିଲେ ।ଆପ୍ପାରାଓ ମଧ୍ୟାହ୍ନ ଭୋଜନ କରିବାକୁ ଘରକୁ ଆସି ଘରସରା ରକ୍ତ ଭାସୁଥିବା ଓ ଗୁଣବତୀ ଙ୍କ ମୃତ ଶରୀର ତଳେ ପଡ଼ିଥିବା ଦେଖି ଚିତ୍କାର କରି ଉଠିଥିଲେ ।ପଡିଶା ଲୋକମାନେ ବହଞ୍ଚି ପୋଲିସ କୁ ଖବର ଦେଇଥିଲେ ।ଲାଲବାଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମଟମ୍ ପାଇଁ ପଠାଇଛି ।ତଦନ୍ତ ଜାରି ଅଛି

Leave A Reply

Your email address will not be published.