ଡାହାଣୀ ସନ୍ଦେହରେ ଯୁବତୀଙ୍କୁ ଉତ୍ପୀଡ଼ନ

ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକର ଝାଟିଆଡା ଗ୍ରାମର ଜଣେ ୨୨ ବର୍ଷୀୟା ଯୁବତୀ, ତା’ର ୨ ଶିଶୁପୁତ୍ର ଓ ବୃଦ୍ଧା ମା’କୁ ଗ୍ରାମବାସୀମାନେ ଡାହାଣୀ ଓ ତନ୍ତ୍ରମନ୍ତ୍ର କରୁଥିବା ସନ୍ଦେହରେ ବୟକଟ କରି ନିର୍ଯାତନା ଦେଉଛନ୍ତି।
ଏନେଇ ବାଳୀ ହେମ୍ବ୍ରମ ନାମ୍ନୀ ପୀଡିତା ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୀଡିତା ଯୁବତୀ ନିଜ ୨ ଶିଶୁପୁତ୍ର ଓ ବୃଦ୍ଧା ମା ସହିତ ଝାଟିଆଡାରେ ରହନ୍ତି, ତାଙ୍କ ସ୍ଵାମୀ ସୁରଟରେ କାମ କରନ୍ତି। କିଛିଦିନ ତଳେ ସେହି ଗ୍ରାମର ତାଙ୍କର ଜଣେ ସମ୍ପର୍କୀୟଙ୍କର ମୃତ୍ୟୁ ହୋଇଥିଲା, ଏହାକୁ ତନ୍ତ୍ରଜନିତ ହତ୍ୟା ବୋଲି ସନ୍ଦେହ କରିଥିଲେ ଗ୍ରାମର ଲୋକେ ଓ ଏ ବାବଦରେ ବାଳୀଙ୍କୁ ପଚରାଉଚୁରା କରିଥିଲେ,ମାତ୍ର ବାଳୀ ଗ୍ରାମବାସୀଙ୍କ ପ୍ରଶ୍ନକୁ ଗୁରୁତ୍ୱ ଦେଇନଥିଲେ ଓ ଗ୍ରାମର ସମସ୍ତେ ଦିନେ ନା ଦିନେ ମରିବେ ବୋଲି କହିଥିଲେ।

ଏହା ପରଠାରୁ ଲୋକଙ୍କ ମନରେ ବାଳୀଙ୍କୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ପରିଣାମ ସ୍ଵରୂପ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ତାଙ୍କୁ ସାମାଜିକ ନିର୍ଯାତନା ଦିଆଯାଇଥିଲା ତାଙ୍କ ପରିବାରକୁ ବାସନ୍ଦ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.