ଭୁବନେଶ୍ୱର : ଚର୍ଚ୍ଚାରେ କେସିଆର ଓ ଜୟରାମ ପାଙ୍ଗୀଙ୍କ ସାକ୍ଷାତ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିଛନ୍ତି ବରିଷ୍ଠ ନେତା ଜୟରାମ ପାଙ୍ଗୀ।
ହାଇଦ୍ରାବାଦରେ କେସିଆରଙ୍କ ବାସଭବନରେ ତାଙ୍କୁ ସାକ୍ଷାତ କରିଛନ୍ତି ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ। ପାଙ୍ଗୀ- କେସିଆର ସାକ୍ଷାତ ଫଟୋ ନିଜେ ଜୟରାମ ପାଙ୍ଗୀ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।
ସେ ବିଆର୍ଏସ୍ରେ ଯୋଗ ଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପଟେ କୌଣସି ଦଳରେ ତାଙ୍କ ଯୋଗଦାନ ପ୍ରଭାବ ପକାଇନାହିଁ ବୋଲି କହିଛନ୍ତି କୋରାପୁଟ ବିଧାୟକ।
ସୂଚନଯୋଗ୍ୟ ଯେ ପୂର୍ବରୁ ୧୪ ତାରିଖରେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ କେସିଆରଙ୍କୁ ଭେଟିଥିଲେ।