ଯୁବ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ : ପତ୍ନୀ ମୃତା, ମୃତ୍ୟୁ ସହ ଲଢ଼ୁଛନ୍ତି ପତି

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଡି ଗ୍ରାମରେ ଆଜି ଘଟିଯାଇଛି ଏକ ଦାରୁଣ ଆତ୍ମହତ୍ୟା ଘଟଣା, ଏଥିରେ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ରହ୍ମପୁର ମେଡିକାଲରେ ମୃତ୍ୟୁ ସହ ଲଢ଼ୁଛନ୍ତି ପତି।
ପ୍ରାପ୍ତ ସୂଚନାରୁ ଜଣାଯାଇଛି ଯେ ନିଳେନ୍ଦ୍ରୀ ମହାନ୍ତି ନାମକ ଯୁବକ ୨ ବର୍ଷତଳେ ଜୟସେନ ନାମକ ଯୁବତୀଙ୍କୁ ବିବାହ କରିଥିଲେ। ନିଳେନ୍ଦ୍ରୀଙ୍କର ଘର ଖରୁବୁରାଇ ହୋଇଥିବା ବେଳେ ଜୟସେନଙ୍କ ଘର ଡ଼େଙ୍ଗାଡ଼ି। ଉଭୟ ସ୍ୱାମୀ -ସ୍ତ୍ରୀ ଶିକ୍ଷକତା ଚାକିରି କରୁଥିଲେ, ସ୍ୱାମୀ ବ୍ରହ୍ମପୁରର କଛଖଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଓ ସ୍ତ୍ରୀ ଜିଲ୍ଲା ବାହାରେ ଏକ ସ୍କୁଲରେ ଶିକ୍ଷକତା କରୁଥିଲେ। ଆତ୍ମହତ୍ୟା କାରଣ ଜଣାପଡିନାହିଁ | ଜୟସେନଙ୍କ ଶବକୁ ପୋଲିସ ବ୍ଯବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.