ନବୀନ ପଟ୍ଟନାୟକଙ୍କ ବିଜେଡି ସରକାରରେ ଆଜି ୩ ନୂଆ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିକ୍ରମ କେଶରୀ ଆରୁଖ, ଶାରଦା ନାୟକ ଓ ସୁଦାମ ମାରାଣ୍ଡି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ଯପାଳ ଶ୍ରୀ ଗଣେଶୀ ଲାଲ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବରୁ ଏହି ୩ ବିଧାୟକ ମନ୍ତ୍ରୀ ଥିଲେ ଓ ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ଅନ୍ତର କରାଯାଇଥିଲା, ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସେମାନଙ୍କୁ ପୁଣିଥରେ ମନ୍ତ୍ରିମଣ୍ଡଳରେ ଅନ୍ତର୍ଭୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ସେମାନଙ୍କୁ କେଉଁ ବିଭାଗ ଦିଆଯାଇଛି, ତାହା ଜଣାପଡି ନାହିଁ।