ଶିଳ୍ପ ଉନ୍ନୟନ ନିଗମ(ଇଡକଲ) ଉପ ପରିଚାଳକ ଗୟା ସାନ୍ତରାଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଚଢ଼ାଉ ହୋଇଛି।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଉଛି ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାଯାଇଛି।
୭ ଦୁର୍ନୀତି ନିବାରଣ ଅଧିକାରୀ ଦଳ ଭୁବନେଶ୍ୱର, କୋରାପୁଟ, ରାୟଗଡା ଓ ନୟାଗଡର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି୍।
ଶ୍ରୀ ସାନ୍ତରାଙ୍କ ମଞ୍ଚେଶ୍ଵର ଶିଳ୍ପାଞ୍ଚଳରେ ଥିବା ୩ ମହଲା କୋଠା, ଜୟଦେବ ବିହାରରେ ନିର୍ମାଣାଧୀନ ୪ ମହଲା କୋଠା, କୋରାପୁଟ ସୁନକି ଗେଟ ପାଖ ଭଡାଘର, ସୀମାଗୋଡାର ଆମ୍ପାଭାଲିରେ ଥିବା ଅଫିସ ଘର, ମଞ୍ଚେଶ୍ଵର ଶିଳ୍ପାଞ୍ଚଳରେ ଥିବା ଗ୍ଲୋବାଲ ଇଞ୍ଜିନିୟର୍ସ ପ୍ରତିଷ୍ଠାନ, ନୟାଗଡ଼ ଓଡଗାଁର କୋମଣ୍ଡାସ୍ଥିତ ପୈତୃକ ଘର ଓ ରାୟଗଡା ଜିଲ୍ଲା ମୁନିଗୁଡା ପାଇକ ଷ୍ଟ୍ରିଟରେ ଥିବା ଶ୍ଵଶୁର ଘରେ ଏକକାଳୀନ ଚଢ଼ାଉ ହେଉଛି।