ଓଡିଶା ସଚିବାଳୟର ଯୋଜନା ଓ ସମନ୍ବୟ ବିଭାଗର ଅନୁସଚିବ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଆଜି ଭିଜିଲାନ୍ସ ଧରିଛି । ସରକାରଙ୍କୁ 10ଟି କମ୍ପ୍ୟୁଟର ଯୋଗାଇ ଦେବା ବାବଦକୁ ବିଲ କରାଇଦେବା ପାଇଁ ସମ୍ପୃକ୍ତ ଫାର୍ମ ମାଲିକଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ଦାବି କରୁଥିଲେ ଶ୍ରୀ ସାହୁ । ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଦଳ ଚଢ଼ାଉ କରି ତାଙ୍କୁ ଧରିଥିଲେ । ଶ୍ରୀ ସାହୁଙ୍କୁ ଗିରଫ କରାଯାଇଛି ଓ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।