ପଶ୍ଚିମବଙ୍ଗ ରାଜ୍ଯପାଳଙ୍କୁ ବିଶ୍ଵବିଦ୍ୟାଳୟ ଝଟକା

କ୍ରମାଗତ ଭାବେ ମମତା ବାନାର୍ଜୀ ତୃତୀୟ ଥର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ରାଜ୍ଯପାଳ ଜଗଦୀପ ଧନକଡ ନିଜ ପଦବୀର ମର୍ଯ୍ୟାଦା ଭୁଲିଯାଇ ବିରୋଧୀ ଦଳ ନେତା ଭଳି ଲାଗି ଯାଇଥିଲେ ତାଙ୍କ ପଛରେ।

ଏଵେ ମମତା ଧନକଡଙ୍କୁ ଦେଇଛନ୍ତି ଶକ୍ତ ଝଟକା, ରାଜ୍ୟର ବିଶ୍ଵବିଦ୍ୟାଳୟ ଗୁଡିକର କୁଳାଧିପତି ପଦରୁ ତାଙ୍କୁ ବିଦା କରିବା ପାଇଁ ମନ୍ତ୍ରୀମଣ୍ଡଳ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

କ୍ଯାବିନେଟର ଏହି ନିଷ୍ପତ୍ତିକୁ ବିଧାନସଭାରେ ଆଗତ କରାଯିବ, ବିଧେୟକ ପାରୀତ ହୋଇଯିବା ପରେ କୁଳାଧିପତି ପଦରୁ ଧନକଡ ହଟିବେ ଓ ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ହେବେ ରାଜ୍ୟର ସବୁ ବିଶ୍ଵବିଦ୍ୟାଳୟର କୁଳାଧିପତି।

Leave A Reply

Your email address will not be published.