ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର କେ. ବଲାଙ୍ଗ ଥାନା ଅଧିନସ୍ଥ ଚୁନା ଘାଟି ରେ ଭୟଙ୍କର ଦୁର୍ଘଟଣାରେ ଦୁଇ ଜଣ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି I ଆଜି ଟ୍ରକ ଓ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା I ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ଗାଡିର ଚାଳକ ଗାଡି ଭିତରେ ଚାପି ହୋଇ ରହିଥିଲେ I ଦୁର୍ଘଟଣା ବିଷୟରେ ଖବର ପାଇ କାଲଟା ଫାଣ୍ଡି ଅଧିକାରୀ ଓ କୋଇଡା ଅଗ୍ନିଶମ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟର ସାହାଯ୍ୟରେ ଗାଡି ଦୁଇଟିକୁ କାଟି ଅତି ମୁର୍ମୁଷ ଅବସ୍ଥାରେ କେ. ବଲାଙ୍ଗ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ଦୁଇ ଟ୍ରକ ଚାଳକଙ୍କୁ । ହେଲେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ଦୁଇ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତରିତ କରିଥିଲେ I ଚୁନା ଘାଟିରେ ବାରମ୍ବାର ଦୁର୍ଘଟଣାର କାରଣ ତ୍ରୁଟିପୁର୍ଣ ରାସ୍ତା ନିର୍ମାଣ ଓ ବେପରୁଆ ଗାଡି ଚାଳନା ହିଁ ଦାୟୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି I