ଖୋର୍ଦ୍ଧା (ରାକେଶ ଜଗଦେବ) : ବିରଳ ପଶୁ ମାଂସ ଶୀକାର କରି ଚୋରା ଚାଲାଣ କରୁଥିବା ଅଭିଯୋଗରେ ବନ ବିଭାଗର ଚଢାଉ । ୨ ଶିକାରୀ ଗିରଫ, ଗିରଫ ଶିକାରୀଙ୍କ ନିକଟରୁ ବିପୁଳ ଝିଙ୍କ କାଠି, ବିରଳ ମୃତ ଗୋଧୀ ସହ ଜଙ୍ଗଲି ବାରହା ମାଂସ ଜବତ କରାଯାଇଛି । ବିଶେଷ ସୁତ୍ରରୁ ଖବର ପାଇ ଟାଙ୍ଗୀ ବନ ବିଭାଗ ରେଞ୍ଜ ଭୁଷଣ୍ଡ ପୁର ନିକଟସ୍ଥ ପାତ୍ରପଡା ଗ୍ରାମରେ ବନ ବିଭାଗ ଚଢାଉ କରିଥିଲା । ଚଡାଉ କରି ବିପୁଳ ଝିଙ୍କ କାଠି ସହ ଗୋଟିଏ ମୃତ ବାରହା ଓ ଗୋଟିଏ ମୃତ ଗୋଧୀ ଜବତ କରିଛି । ଗିରଫ ଶୀକାରୀ ଦ୍ୱୟ ହେଲେ କେଶବ ନାୟକ ଓ ରଂଜନ ନାୟକ । ଉଭୟଙ୍କ ଘର ପାତ୍ରପଡା ଗ୍ରାମରେ । ଏହି ଚଢାଉରେ ସାମିଲ ହୋଇଥିଲେ ଫରେଷ୍ଟର ଗୋଲାପ ସେଠୀ, ରାକେଶ ପଣ୍ଡା, ରଂଜୁଲତା ମିଶ୍ର, ଗାର୍ଡ ବବଲୁ ମିଶ୍ର, ନିହାର ରଂଜନ ପଟନାୟକ ପ୍ରମୁଖ । ବହୁ ଦିନ ହେଲା ନିକଟସ୍ଥ ଜଙ୍ଗଲରେ ଗିରଫ ଶୀକାରୀ କେଶବ ଓ ରଂଜନ ବନ୍ୟ ଜନ୍ତୁ ଶୀକାତ କରି ମାଂସ ଚମଡା ବିକ୍ରି କରି ଆସୁଥିଲେ। ଏଭଳି ମାଂସ ଓ ଝିଙ୍କ କାଠି ଜବତ ହେବା ଟାଙ୍ଗୀ ବନାଂଚଳରେ ପ୍ରଥମ ଘଟଣା । ତେଣୁ ଏ ନେଇ ବନ ବିଭାଗ ଅଧିକ ଛାନବିନ କରୁଥିବା ଜଣା ପଡିଛି ।