ମହାନଦୀରେ ଫସିଛନ୍ତି ୨ଟି ହାତୀ

ବାଙ୍କି ଭଗିପୁର ନିକଟ ମହାନଦୀରେ ଫସି ରହିଛନ୍ତି ଦୁଇଟି ହାତୀ ।

ସୂଚନା ମୁତାବକ, ହାତୀ ୨ଟି ସୁକାସେନ ଜଙ୍ଗଲ ପଟୁ ଚନ୍ଦକା ଅଭୟାରଣ୍ୟକୁ ଯାଉଥିଲା ବେଳେ ୨ ହାତୀ ମହାନଦୀରେ ଫସି ଯାଇଛନ୍ତି।

ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ରହି ହାତୀ ଉପରେ ନଜର ରଖିଛନ୍ତି ।

ବିଗତ ଦିନରେ ମୁଣ୍ଡଳି ପୋଲ ନିକଟରେ ଏକ ହାତୀ ମହାନଦୀରେ ଫସିବା ଘଟଣାରେ ଉଦ୍ଧାରକାରୀ ଦଳ ସହିତ ନଦୀ ଭିତରକୁ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କର ପାଣିରେ ବୁଡି ମୃତ୍ୟୁ ହେବା ଓ ଉଦ୍ଧାର ନ ହୋଇପାରି ହାତୀଟିର ମଧ୍ୟ ମୃତ୍ୟୁ ଘଟିବା କଥା ଲୋକଙ୍କ ମନରୁ ଲିଭି ନ ଥିବାବେଳେ ପୁଣି ୨ଟି ହାତୀ ମହାନଦୀରେ ଫସିବାକୁ ନେଇ ସମସ୍ତଙ୍କ ମନରେ ଉଦବେଗ ସୃଷ୍ଟି କରିଛି ।

Leave A Reply

Your email address will not be published.