ଭୁବନେଶ୍ୱର: ପଡୋଶୀ ଛତିଶଗଡ ପର୍ଯ୍ୟଟକଙ୍କ ଏକ ଦଳକୁ ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଭିତରେ ବସ କର୍ମଚାରୀ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ପ୍ରାଣୀ ଉଦ୍ୟାନର କିଛି କର୍ମଚାରୀ ଏବଂ କୀଚଚି ସ୍ଥାନୀୟ ଲୋକ 20 ରୁ ଅଧିକ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିଲେ, ଫଳରେ ସେମାନଙ୍କ ମଧ୍ୟରୁ ପାଞ୍ଚଜଣ ଗୁରୁତର ଆହତ ହୋଇଥିଲେ।
ତେବେ ରବିବାର ଅପରାହ୍ନରେ ପ୍ରାଣୀ ଉଦ୍ୟାନର ଟିକେଟ୍ କାଉଣ୍ଟର ନିକଟରେ ଏହି ବିବାଦ ଲାଗିଥିଲା। ଛତିଶଗଡରୁ ଆସିଥିବା ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି ଯେ ପ୍ରାଣୀ ଉଦ୍ୟାନର ସଫାରି ପରିଦର୍ଶନ କରିବା ପାଇଁ ସେମାନେ ଟିକେଟ କିଣିଲା ପରେ ମଧ୍ୟ ଘଣ୍ଟା ଘଣ୍ଟା ଅପେକ୍ଷା ସେମାନଙ୍କୁ ଗାଡି ପାଇଁ ଅପେକ୍ଷା କରିବାକୁ ପଡିଲା। ହେଲେ କେହି ସହଯୋଗ କରିଲେ ନାହିଁ ।
ଏହାକୁ ନେଇ ପର୍ଯ୍ୟଟକମାନେ ଯୁକ୍ତି କରିବାରୁ ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ ପ୍ରାୟ 50 ଜଣ ସ୍ଥାନୀୟ ଲୋକଙ୍କୁ ଡାକି ପର୍ଯ୍ୟଟକଙ୍କୁ ରଡରେ ଆକ୍ରମଣ କରିଥିଲେ। ପର୍ଯ୍ୟଟକଙ୍କ ଅଭିଯୋଗକୁ ଭିତ୍ତି କରି ସ୍ଥାନୀୟ ପୋଲିସ ତିନି ଜଣ ଆକ୍ରମଣକାରୀଙ୍କୁ ଅଟକ ରଖିଛି।
ତେବେ ନନ୍ଦନକାନନ ଡେପୁଟି ଡାଇରେକ୍ଟର ଏହି ଘଟଣାର ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ରେଞ୍ଜ ସୁରକ୍ଷା ଅଧିକାରୀଙ୍କୁ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଯଦି ଏହି ଘଟଣାରେ ସଫାରି କର୍ମଚାରୀଙ୍କ ସମ୍ପୃକ୍ତି ଥାଏ ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ସେମାନଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ ହୋଇପାରେ।
in Nandan kanan Safari staff attacked women and Other tourist with iron rod visual is here but police action still questionable @CMO_Odisha @DGPOdisha @TourismDptt @odisha_tourism pic.twitter.com/sYgvXmzCUb
— JP Jit Pattnaik , I Am An Artist nd Journo (@jitpattnaik_jp) May 22, 2022