ହଜାରେ ଟପିଲା ଦୈନିକ କୋଭିଡି ସଂକ୍ରମଣ

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 1065 କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସଂକ୍ରମିତ ରୋଗୀଙ୍କ ମଧ୍ୟରୁ 1 ବର୍ଷରୁ 18 ବର୍ଷ ବୟସ୍କଙ୍କ ସଂଖ୍ୟା 122 ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ମୋଟ ସଂକ୍ରମିତଙ୍କ ମଧ୍ୟରୁ 441 ଜଣ ସ୍ଥାନୀୟ ସଂସ୍ପର୍ଶରୁ ଆକ୍ରାନ୍ତ ହୋଇଥିବା କୁହାଯାଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 361 ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ 135 , ସୁନ୍ଦରଗଡାରୁ 111 ଓ ମୟୂରଭଞ୍ଜ ଜିଲ୍ଲାରୁ 52 ଚିହ୍ନଟ ହୋଇଛନ୍ତି ।

କୋଭିଡ ସଂକ୍ରମଣ ହାର ଦିନକୁ ଦିନ ବଢୁଥିବାରୁ ସରକାର ସତର୍କତାମୂଳକ କୋଭିଡ କଟକଣା ଲାଗୁ କରିଛନ୍ତି ।

Leave A Reply

Your email address will not be published.