ଲୋକସେବା ସମ୍ମିଳନୀ କକ୍ଷରେ ଆଜି ସକାଳ 11:47 ମିନିଟ ସମୟରେ ନଵୀନ ପଟ୍ଟନାୟକଙ୍କ ପୁନର୍ଗଠିତ ମନ୍ତ୍ରୀ ମଣ୍ଡଳର 13 କ୍ୟାବିନେଟ ଓ 8 ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି ।
ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ମନ୍ତ୍ରୀମାନକୁ ଶପଥ ପାଠ କରାଇଥିଲେ ।
କ୍ରମାନ୍ୱୟରେ ଶପଥ ଗ୍ରହଣ କରିଥିବା କ୍ୟାବିନେଟ ମନ୍ତ୍ରୀମାନେ ହେଲେ ଶ୍ରୀ ଜଗନ୍ନାଥ ସାରକା, ଶ୍ରୀ ନିରଞ୍ଜନ ପୂଜାରୀ, ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀମତୀ ଉଷା ଦେବୀ, ଶ୍ରୀ ପ୍ରଫୁଲ ମଲ୍ଲିକ, ଶ୍ରୀ ପ୍ରତାପ କେଶରୀ ଦେବ, ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଶ୍ରୀ ପ୍ରଦୀପ କୁମାର ଅମାତ, ଶ୍ରୀ ନବ କିଶୋର ଦାସ, ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶ୍ରୀମତୀ ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆ।
ସେହିପରି ଶପଥ ନେଇଥିବା ରାଷ୍ଟ୍ରମନ୍ତ୍ରୀ ହେଲେ ଶ୍ରୀ ସମୀର ରଞ୍ଜନ ଦାସ, ଶ୍ରୀ ଅଶ୍ୱନୀ କୁମାର ପାତ୍ର, ଶ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରୀ ଶ୍ରୀକାନ୍ତ ସାହୁ, ଶ୍ରୀ ତୁଷାର କାନ୍ତି ବେହେରା, ଶ୍ରୀ ରୋହିତ ପୂଜାରୀ, ଶ୍ରୀମତୀ ରୀତା ସାହୁ ଓ ଶ୍ରୀମତୀ ବାସନ୍ତୀ ହେମ୍ବରମ୍।
ଆଜି ଶପଥ ଗ୍ରହଣ ଉତ୍ସବର ଏକ ଵିଶେଷତା ଥିଲା ଯେ ପ୍ରଥମେ 3ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇସାରିଲା ପରେ ଶପଥ ନେବାକୁ ଆସିଥିଲେ ଶ୍ରୀମତୀ ପ୍ରମିଳା ମଲ୍ଲିକ ।
ମଞ୍ଚ ଉପରେ ଶପଥ ଗ୍ରହଣ କରିବା ପୂର୍ବରୁ ମଞ୍ଚାସୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦଛୁଇଁ ପ୍ରଣାମ କରିଥିଲେ ।
ଶ୍ରୀମତୀ ପ୍ରମିଳାଙ୍କ ପରେ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁଥିଲେ।