ଆଜି ବିଧାନ ସଭାରେ ବିଜେଡି ବିଧାୟକ ପ୍ରଫୁଲ ସାମଲଙ୍କ ପ୍ରଶ୍ନ ଉତ୍ତର ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି ଯେ ରାଜ୍ୟରେ 393 ଜଣ ଶିଶୁଙ୍କର ଜୀବନ ରାସ୍ତାରେ ଅତିବାହିତ ହୁଏ । ଏମାନଙ୍କ ମଧ୍ୟରୁ ସର୍ବାଧିକ 305 ଶିଶୁ ଖୋରଧା ଜିଲ୍ଲାର ହୋଇଥିବା ବେଳେ ଯାଜପୁର ଜିଲ୍ଲା ଏ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ଅଛି, ଏଠାରେ 30 ଶିଶୁଙ୍କର ଜନ୍ମ ରାସ୍ତାରେ ଓ ଜୀବନ କଟେ ରାସ୍ତାରେ ।