ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ରାଉରକେଲା ସିଭିଲ୍ ଟାଉନ୍ ସିପ୍ ସ୍ଥିତ ଇଣ୍ଡିଆନ୍ ଟାଏକୋଣ୍ଡୋ ୟୁନିଅନ କାର୍ଯ୍ୟାଳୟରେ ରାଏବୋଗା ଥାନାର ଗାଡ଼ି ଚାଳକ ଗୁରୁ ନାରାୟଣ ମୁଣ୍ଡାଙ୍କୁ ଟାଇକଣ୍ଡୋରେ ମିଳିଲା ବ୍ଲାକ୍ ବେଲ୍ଟ l ଗୁରୁ ଙ୍କୁ ଏହି ବ୍ଲାକ୍ ବେଲ୍ଟ କୁକିଓନ୍ ସାଉଥ୍ କୋରିଆ ତରଫରୁ ତାଇକଣ୍ଡୋର ଫାଷ୍ଟ ଡନ୍ ବ୍ଲାକ୍ ବେଲ୍ଟ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି l ରାଉରକେଲା ସିଭିଲ୍ ଟାଉନ୍ ସିପ୍ ସ୍ଥିତ ଇଣ୍ଡିଆନ୍ ତାଇକାଣ୍ଡୋ ୟୁନିଅନ୍ କାର୍ଯ୍ୟାଳୟରେ ସାଧାରଣ ସମ୍ପାଦକ ମାଷ୍ଟର ମୁକେଶ ସାହୁଙ୍କ ଦ୍ଵାରା ଗୁରୁ ମୁଣ୍ଡାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ତେବେ ଗୁରୁ ମୁଣ୍ଡାଙ୍କ ଏହି ସଫଳତା ପାଇଁ ସେ ମାଷ୍ଟର ମୁକେଶ କୁମାର ସାହୁଙ୍କୁ ଧନ୍ୟବାଦ ଜଣାଇଛନ୍ତି l
ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ଥାନାରେ ଗାଡ଼ି ଚାଳକ ଭାବେ କାର୍ଯ୍ୟରତ ଗୁରୁ ମୁଣ୍ଡାଙ୍କ ଏହି ସଫଳତା ଆଜି ସାରା ସୁନ୍ଦରଗଡ଼ ଜିଲ୍ଲା ରେ ଅନ୍ୟକୁ ପ୍ରେରଣା ଦେଇଛି l ଗୁରୁ ଯେତେବେଳେ ପାଞ୍ଚ ବର୍ଷର ଥିଲେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା l ତା ପରେ ଗୁରୁଙ୍କ ମାଁ ବାହାରେ ଶ୍ରମିକ ଭାବେ କାମ କରି ଗୁରୁଙ୍କ ଭରଣପୋଷଣ କରିଥିଲେ l ପରେ ଗୁରୁ ୧୮ ବର୍ଷ ବୟସରେ ଝାରଖଣ୍ଡ ରାଞ୍ଚିକୁ ଚାଲି ଯାଇଥିଲେ l ସେଠି ସେ ୩ ବର୍ଷ ଏକ ରେଷ୍ଟୁରାଣ୍ଟରେ କାମ କରି ନିଜ ଗୁଜୁରାଣ ମେଣ୍ଟାଇବା ସହ ତାଇକାଣ୍ଡୋରେ ତାଲିମ ଆରମ୍ଭ କରିଥିଲେ l ସେଇଠୁ ଆରମ୍ଭ ହୋଇଥିଲା ଗୁରୁଙ୍କ କ୍ରୀଡା ପ୍ରତି ଉତ୍ସାହ l ସେଇଦିନଠୁ ସେ ତାଇକଣ୍ଡୋ ଖେଳୁ ଛନ୍ତି l ବର୍ତ୍ତମାନ ସମୟରେ ଗୁରୁ ମୁଣ୍ଡା ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ରେ ଚାଳକ ଭାବେ କାର୍ଯ୍ୟ କରୁଛନ୍ତି l ତେବେ ଗୁରୁଙ୍କ ସୁଦୃଢ ଇଚ୍ଛାଶକ୍ତି ଓ ମନୋବଳ ଯୋଗୁଁ ଆଜି ସେ ତାଇକଣ୍ଡୋ ରେ ବ୍ଲାକ୍ ବେଲ୍ଟ ପାଇ ପାରିଛନ୍ତି l ତେବେ ଗୁରୁଙ୍କ ଇଚ୍ଛା ରହିଛି ତାଇକଣ୍ଡୋ ଖେଳରେ ସେ ଜାତୀୟ ଓ ଆନ୍ତର୍ଜାତୀୟ ଖେଳ ଖେଳି ଓଡିଶା ଓ ଭାରତର ନା କରିବେ ବୋଲି l