ଅନୁଗୋଳରେ ସ୍ଵର୍ଗୀୟ ନବକୃଷ୍ଣ ଚୌଧୁରୀଙ୍କ ବିକୃତ ପ୍ରତିମୂର୍ତ୍ତି ସ୍ଥାପନାକୁ ନେଇ ସାଧାରଣରେ କଟୁ ସମାଲୋଚନା ପ୍ରତିବାଦ ଚାଲିଥିବା ବେଳେ, ପାରାଦୀପ ଅଠରନଳା ଠାରେ ନେହେରୁ ଓ ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ତାଡି ଫୋପାଡ଼ି ଦେବା ଘଟଣା ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ପଣ୍ଡିତ ନେହେରୁ ଓ ବିଜୁ ପଟ୍ଟନାୟକ ପାରାଦୀପ ବନ୍ଦରର ପ୍ରାଣ ପ୍ରତିଷ୍ଠାତା ହୋଇଥିବା ବେଳେ ଦୁହିଁଙ୍କର ପ୍ରତିମୂର୍ତ୍ତିକୁ ଏଭଳି ଭାବେ ତାଡି ଉଖାଡି ଫିଙ୍ଗିଦେବା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ‘ପାରାଦୀପ ଯୁବସ୍ଵର’ ସଂଗଠନ ସଭାପତି ସତ୍ୟ ମହାନ୍ତି।
ପ୍ରାପ୍ତ ସୂଚନାରୁ ଜଣାଯାଏ ଯେ କଳିଙ୍ଗ କର୍ଣ୍ଣଧାର ମତ୍ସ୍ଯଜୀବୀ ସମବାୟ ସମିତି ପକ୍ଷରୁ ଏହାର ସଭାପତି ସ୍ଵର୍ଗୀୟ ଶଙ୍ଖନାଦ ବେହେରା ସମିତିର ୩ ମହଲା ଛାତ ଉପରେ ଏହି ପ୍ରତିମୂର୍ତ୍ତି ଦୁଇଟିକୁ ସ୍ଥାପନା କରିଥିଲେ, ୧୯୯୭-୯୮ ବର୍ଷରେ ଏହି କୋଠାଘରକୁ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ଦିଆଯାଇଥିଲା, ୨୦୦୩ ଜାନୁଆରୀ ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ ।