ଡାବୁଗାଁ ବିଧାୟକଙ୍କୁ ଦୁର୍ନୀତି ମାମଲାରେ ନିର୍ଦ୍ଦୋଷ କହିଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ

ଦୁର୍ନୀତି ମାମଲାରେ ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀଙ୍କୁ ନିର୍ଦ୍ଦୋଷ କହିଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୨୦୦୪ ରୁ ୨୦୦୯ ବର୍ଷ ମଧ୍ୟରେ ଫୁଡ ଫର ୱାର୍କ ଓ ଆବାସ ଯୋଜନାରେ ଶ୍ରୀ ରାନ୍ଧାରୀ ୫ ଲକ୍ଷ ୫୦ ହଜାର ଟଙ୍କା ଦୁର୍ନୀତି କରିଥିବା ଅଭିଯୋଗ ଭିତ୍ତିରେ ତାଙ୍କ ବୋରୋଧରେ ଦାୟର କରା ଯାଇଥିବା ମାମଲା ବିଚାର କରି, ଉପଯୁକ୍ତ ପ୍ରମାଣ ନଥିବା ହେତୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଶ୍ରୀ ରାନ୍ଧାରୀଙ୍କୁ ନିର୍ଦ୍ଦୋଷ ବୋଲି କହିଛନ୍ତି |

ଏହି ସମୟରେ ସେ ବିଧାୟକ ନଥିଲେ, ନନ୍ଦାହାଣ୍ଡି ବ୍ଲକ ଅଫିସରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ ତାଙ୍କ ବିରୋଧରେ ଗୃହ ନିର୍ମାଣ ସାମଗ୍ରୀ ଓ ଚାଉଳ ଆତ୍ମସାତ କରିବା ଅଭିଯୋଗ ହୋଇଥିଲା

Leave A Reply

Your email address will not be published.