ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେସନାଲ ମନୁମେଣ୍ଟ ଅଥରିଟି ଅନୁମୋଦନ କରିଛି : ବିଜେଡି

ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଆଜି ପ୍ରେସ ରିଲିଜ୍ ଜରିଆରେ କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଜାତୀୟ ସ୍ମାରକ ପ୍ରାଧିକରଣ ଅନୁମୋଦନ କରିଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜଟିଳ କରାଇ ଦିଆଯାଉଥିବା ବେଳେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ NMA ଅନୁମୋଦନ କରିଛି ।

ବଜେଡି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ପରିକ୍ରମା ପ୍ରକଳ୍ପ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଓ ଅନୁମୋଦିତ ହେବା ପରେ ବିଧାନସଭାରେଏହା ବିଧାୟକଙ୍କ ଦ୍ୱାରା ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା ।

ପରେ ଏହାକୁ।ନେସନାଲ ମନୁମେଣ୍ଟ ଅଥରିଟିକୁ ଅନୁମୋଦନ ପାଇଁ ପଠାଯାଇଥିଲା ଓ ଅଥରିଟି ଏହି।ପ୍ରକଳ୍ପକୁ ଅନୁମୋଦନ କରିଥିଲେ ।

ଅନୁମୋଦନ। ପରେ ହିଁ ପରିକ୍ରମା ପ୍ରକଳ୍ପ ପାଇଁ ଭିତ୍ତି ପକାଯାଇଥିଲା ପରେ ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆଙ୍କ ପରାମର୍ଶରେ ଏଥିରେ ଆବଶ୍ୟକ ସଂଶୋଧନ କରାଯାଇଥିଲା ।

ଆସନ୍ନ ବର୍ଷାଋତୁ ଓ ରଥଯାତ୍ରାକୁ ଦୃଷ୍ଟିରେ ରଖି ସମସ୍ତେ ପ୍ରକଳ୍ପକୁ ସମର୍ଥନ କରିବା ଉଚିତ ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।

ପୂର୍ବରୁ ସର୍ବଦଳୀୟ ବୈଠକରେ ତେବେ ଗତକାଲି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ସର୍ବଦଳୀୟ ବୈଠକରେ ପୁରୀ ଶଂକରାଚାର୍ଯ୍ଯ ନିଶ୍ଚଳାନନ୍ଦନନ୍ଦ ସରସ୍ୱତୀ ଶ୍ରୀକ୍ଷେତ୍ରରେ ଉପୁଜିଥିବା ସଂକଟର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ କହିଥିଲେ ।

Leave A Reply

Your email address will not be published.