ପବନ ରେ ଉଡିଲା ନିର୍ମାଣାଧିନ ସ୍କୁଲର ଛାତ, ବିଦ୍ୟାଳୟ ସାମ୍ନା ରେ ଗ୍ରାମବାସୀଙ୍କ ଉତ୍ତେଜନା

କେସିଙ୍ଗା 13/07 କେସିଙ୍ଗା ବ୍ଳକ ଅନ୍ତର୍ଗତ କାଣ୍ଡେଲ ହାଇସ୍କୁଲ ରେ ଆଜି ବର୍ଷା ଏବଂ ସାମାନ୍ୟ ପବନ ରେ ସ୍କୁଲର ପଛପଟ ଆଜବେଷ୍ଟସ ଉଡ଼ି ଯାଇଛି ।

ଭାଗ୍ୟକୁ ସ୍କୁଲ ଛୁଟି ପରେ ପବନ ରେ ଆଜବେଷ୍ଟସ ଉଡୁଥିବା ସମୟରେ ବିଦ୍ୟାଳୟ ରୁ ଛାତ୍ର ଛାତ୍ରୀ ବାହାର କୁ ଯିବା ବେଳକୁ ହଠାତ୍ ତିନି ଜଣ ଛାତ୍ରୀ ଏବଂ ଦୁଇଜଣ ଶିକ୍ଷକ ଅଘଟଣ ରୁ ବର୍ତ୍ତି ଯାଇଛନ୍ତି।

ତେବେ ସ୍କୁଲ୍ ବାହାରୁ ଛାତ୍ର ଛାତ୍ରୀ ଏହି ଦୃଶ୍ୟ ଦେଖି ଜୀବନ ବିକଳରେ ଦୈାଡି ପଳାଇଥିଲେ। ସୁଚନା ଅନୁସାରେ କେସିଙ୍ଗା ବ୍ଳକ ଅନ୍ତର୍ଗତ କାଣ୍ଡେଲ ହାଇସ୍କୁଲର ପୁରୁଣା ଖପର ହଟାଇ ଆଜବେଷ୍ଟସ ଲଗାଇ ମୁଡକାରୀ କାମ ଅଧାପନ୍ତରିଆ ଥିବାରୁ ହାଲୁକା ପବନ ରେ ଆଜବେଷ୍ଟସ ଉଡିଯାଇଛି।

ବିଦ୍ୟାଳୟ ନିକଟରେ ଲାଗିରହିଥିବା ଖପର ଘର କୁ ହଟେଇବା ସହିତ ବିନା ମୁଡକାରୀ ଦେଇ ସେଠାରେ ଆଜବେଷ୍ଟସ ଲଗାଇ କାମ ଶେଷ କରାଯାଇଥିଲା ।

ସୈାଭାଗ୍ୟ ବସତଃ ଆଜି ହଠାତ୍ ସାମାନ୍ୟ ପବନ ହେବାରୁ ବିଦ୍ୟାଳୟ ର ପଛପଟ ଆଜବେଷ୍ଟସ ସଂପୂର୍ଣ୍ଣ ଉଡ଼ି ଯାଇଛି।

ଏହି ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଥିଲା।

ଘଟଣା ସମ୍ପର୍କରେ ସୁଚନା ପାଇ କନିଷ୍ଠ ଯନ୍ତ୍ରୀ ଦିଲିପ୍ ପଟେଲ, କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ, କେସିଙ୍ଗା ବ୍ଳକ ଶିକ୍ଷା ଅଧିକାରୀ ବବୃବାହନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ କାଣ୍ଡେଲ ଗ୍ରାମବାସୀ ବିଡ଼ିଓ, କନିଷ୍ଠ ଯନ୍ତ୍ରୀ, ତଥା ନିର୍ମାଣ ଦାୟିତ୍ବ ନେଇଥିବା ଠିକାଦାରଙ୍କୁ ଘେରିବା ସହିତ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ନହେବା ରୁ ବିଭିନ୍ନ ମହଲରୁ ତିବ୍ର କରିଛନ୍ତି।

ତେବେ ଏହି କ୍ୟାମ୍ପସ ରେ ଥିବା ୫ଟି ସ୍କୁଲ ର କୈାଣସି କ୍ଷୟକ୍ଷତି ହୋଇନଥିବା ବେଳେ ନିକଟସ୍ଥ ଶ୍ରେଣୀ ଗୃହର ଆଜବେଷ୍ଟସ ଉଡିଯାଇଛି।

ତେବେ 5t ସ୍କୁଲ ଶ୍ରେଣୀ ଗୃହ ର ସମ୍ମୁଖରେ ଏହି ଖପର ଲଗା ଶ୍ରେଣୀ ଗୃହ ଥିବା ଯୋଗୁଁ ଏହା ସ୍କୁଲ୍ ର ପଞ୍ଚାୟତ ଅନୁଦାନ ଅର୍ଥରେ ଖପର ହଟାଇ ଆଜବେଷ୍ଟସ ଲଗାଇ ସୁନ୍ଦର କରିବା ପାଇଁ ଗ୍ରାମପଞ୍ଚାୟତ ତରଫରୁ ୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ।

ତେବେ ଏସଂପର୍କରେ ବିଡ଼ିଓଙ୍କୁ ପଚାରିବାରୁ ସେ କହିଛନ୍ତି ବିଦ୍ୟାଳୟଟି ପଞ୍ଚାୟତ ଅନୁଦାନ ରୁ ଆସିଥିବା ଟଙ୍କାର ବିଲ୍ ଅଧା ହୋଇଥିବାରୁ କାମ ବର୍ତ୍ତମାନ ସୁଦ୍ଧା ସରିନାହିଁ।

ତେବେ ଛାତ୍ରଛାତ୍ରୀ ଙ୍କ ବସିବା ର କୈାଣସି ସମସ୍ୟା ଯେମିତି ନ ହେବ ସେଥିପାଇଁ ଯଥା ଶୀଘ୍ର ଆଜବେଷ୍ଟସ ଲଗାଇ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ଯେମିତି ବ୍ୟାଘାତ ନ ହେବ ସେଥିପାଇଁ ତୁରନ୍ତ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.