ଆସନ୍ତା ବୁଧବାର ଅପରାହ୍ନ ୧ଟାରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ ।
ମାଧ୍ୟମିକ ଶିକ୍ଷା ବୋର୍ଡ ୱେବସାଇଟ ଓ ଏସଏମଏସ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ରେଜଲ୍ଟ ପାଇପାରିବେ ବୋଲି ବୋର୍ଡ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀରେ କୁହଯାଇଛି।
www.bseodisha.ac.in, www.bseodisha.nic.in ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧି ହେବ ବୋଲି ସୂଚନା ଦିଆଯାଇଛି।
ଇଣ୍ଟରନେଟ ନଥିବା ଅଞ୍ଚଳର ଛାତ୍ରଛାତ୍ରୀମାନେ ୫୬୭୬୭୫୦କୁ ଏସଏମଏସ କରି ପରୀକ୍ଷା ଫଳ ଜାଣିପାରିବେ, ଏଥିପାଇଁ OR10(Space) Roll number ଲେଖି ଉପରୋକ୍ତ ନମ୍ବରକୁ ଏସଏମଏସ କରିବାକୁ ହେବ।