ଭିଜିଲାନ୍ସ ଜାଲରେ ପୋଲିସ ବାବୁ

ଗଞ୍ଜାମ ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ଏଏସଆଇ ମାନସ କୁମାର ରାଉତ ସ୍ଥାନୀୟ ଅଞ୍ଚଳର ଯୁବକ ସ୍ୱାଧୀନ ବିଷୋୟୀଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ସ୍ୱାଧୀନଙ୍କୁ କିଛି ବ୍ୟକ୍ତି ଧମକ ଦେଉଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ଭେଜିପୁଟ ଫାଣ୍ଡିରେ ଅଭିଯୋଗ କରିଥିଲେ।

ମାତ୍ର ଫାଣ୍ଡି ଏଏସଆଇ ଏହା ଉପରେ କିଛି ପଦକ୍ଷେପ ନେଇ ନଥିଲେ କିମ୍ବା ଏତାଲାକୁ ଦରଜ ମଧ୍ୟ କରି ନଥିଲେ ।

୫ ହଜାର ଟଙ୍କା ଦେଲେ ଯାହାକିଛି କରାଯିବ ବୋଲି ସ୍ଵାଧୀନଙ୍କୁ କହିଥିଲେ, ପରେ କଥା ୩ ହଜାର ଟଙ୍କାରେ ଛିଡିଥଲା ।
ସ୍ଵାଧୀନ ସବୁକଥା ବ୍ରହ୍ମପୁର ଭିଜିଲାନ୍ସକୁ ଜଣାଇ ଗତକାଲି ଫାଣ୍ଡିବାବୁଙ୍କୁ ଲାଞ୍ଚଟଙ୍କା ଦେଉଥିବା ବେଳେ ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ଟିମ୍ ମାନସଙ୍କୁ ଧରିଥିଲେ ।

ତାଙ୍କୁ ଗିରଫ କରି ମାମଲା ରୁଜୁ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.