ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଚିକିତ୍ସାଧୀନ ରୋଗୀ ଆଜି ଭୋର ୪ଟା ସମୟରେ ଡାକ୍ତରଖାନାର ୪ ମହଲାରୁ ଡେଇଁପଡି ପ୍ରାଣ ହରାଇଛନ୍ତି।
ମୃତବ୍ଯକ୍ତି ଜଣକ ପରଜଙ୍ଗ ଥାନା ଲୋଧାନି ଗ୍ରାମର ଦୁର୍ଯ୍ୟୋଧନ ନାୟକ ବୋଲି ଜଣାପଡିଛି, ଗତକାଲି ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଚିକିତ୍ସାରେ ଅବହେଳା ଓ ଅସହ୍ୟ କଷ୍ଟ ସହି ନପାରି ସେ ଏପରି ଭାବେ ଜୀବନ ହରାଇଥିବା ଅଭିଯୋଗ କରିଛନ୍ତି ଦୁର୍ଯ୍ୟୋଧନଙ୍କ ପରିବାର ଲୋକେ।