୩ବର୍ଷର ଶିଶୁପୁତ୍ର ହତ୍ୟା ଅଭିଯୋଗକୁ ଚାପି ଦିଆଯାଉଛି

ମାହାଙ୍ଗା ଲଳିତଗିରି ପଞ୍ଚାୟତର ତାଳଗିରି ଗ୍ରାମରେ ୨୩ ଦିନ ତଳେ ଗତ ଜୁନ ୧୪ ତାରିଖ ରାତିରେ ଗୋଟିଏ ୩ ବର୍ଷର ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ ହୋଇଥିଲା।

ଏହା ଉପରେ ଶିଶୁର ମା’ ଥାନାରେ ଅଭିଯୋଗ କରିଥିଲେ ।

ଥାନା ଅଧିକାରୀ କହିଥିଲେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ।

ମାତ୍ର ଏତେଦିନ ବିତି ଯାଇଥିଲେ ବି ବ୍ଯବଚ୍ଛେଦ ରିପୋର୍ଟ ଆସି ପାରୁନଥବାରୁ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଘଟଣା ସମ୍ପର୍କରେ ମିଳିଥିବା ବିବରଣୀରୁ ଜଣାପଡିଛି ଯେ ମୃତ ଶିଶୁର ବାପା ଦିଲ୍ଲୀପ ସ୍ବାଇଁ ରାଜ୍ୟ ବାହାରେ କାମ କରୁଥିବା ବେଳେ ମା’ ନିବେଦିତା ତାଳଗିରି ଗ୍ରାମରେ ରହୁଥିଲେ।

ଜୁନ ମାସରେ ନିବେଦିତା ନିଜ ପୁଅକୁ ନେଇ ନିଜ ବାପଘର ଛତିଆକୁ ଯାଇଥିଲେ। ଜୁନ ୧୪ ତାରିଖରେ ଦିଲ୍ଲୀପର ବଡ଼ଭାଇ ଅକ୍ଷୟ ସ୍ବାଇଁ ଓ ଭାଉଜ ବାସନ୍ତୀ ରାଉତ ଶିଶୁପୁତ୍ରକୁ ଲଳିତଗିରି ଆଣିଥିଲେ।

୧୫ ତାରିଖ ସକାଳେ ଶିଶୁପୁତ୍ର ଖଟ ତଳେ ପଡ଼ିଥିବା ଦେଖିବାକୁ ପାଇ ପ୍ରଥମେ ତାକୁ ନଡ଼ିଆସାହାସପୁର ଓ ପରେ ମାହାଙ୍ଗା ସିଏଚ୍‌ସିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ।
ବଡ଼ ବାପା ଓ ବଡ଼ ମା’ ଶିଶୁପୁତ୍ରକୁ ହତ୍ୟା କରିଥିବା ନେଇ ଶିଶୁର ମା’ ନିବେଦିତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.