ପ୍ରେମିକର ଛୁରା ମାଡ଼ରେ ପ୍ରେମିକର ଭାଇ ମୃତ

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ଭାଇର ମୃତ୍ୟୁ ।

ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ପାଳସାହିରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦେବାଶିଷ ପ୍ରଧାନ।

ପୁଲିସ ଅଭିଯୁକ୍ତ ପ୍ରେମିକ ନନ୍ଦ କିଶୋର ଜେନାକୁ ଅଟକ ରଖି ପଚରାଉଚରା କରୁଛି ।

ସୂଚାନୁସାରେ ଦେବାଶିଷଙ୍କ ଭଉଣୀ ସହ ଅଭିଯୁକ୍ତ ନନ୍ଦ କିଶୋରଙ୍କର ପ୍ରେମ ସମ୍ପର୍କ ଥିଲା। ହେଲେ ଦେବାଶିଷ ଉଭୟଙ୍କ ଏହି ପ୍ରେମକୁ ବିରୋଧ କରୁଥିଲା ।

ତେବେ ଗତକାଲି ସନ୍ଧ୍ୟାରେ ଦେବାଶିଷ ପାଳସାହି ବଜାରକୁ ଯାଇଥିବା ବେଳେ ନନ୍ଦ କିଶୋରଙ୍କ ସହ ତାଙ୍କର ବଚସା ହୋଇଥିଲା।

ପରେ ନନ୍ଦକିଶୋର ଉତ୍ତ୍ୟକ୍ତ ହୋଇ ଛୁରୀରେ ଆଣି ଦେବାଶିଷକୁ ଆକ୍ରମଣ କରିଥିଲେ ।

ପରିବାର ଲୋକ ଦେବାଶିଷକୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦେବାଶିଷଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଧୁଷୁରୀ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.