ସାର୍ଟିଫିକେଟ ନକଲି ଜଣା ପଡିବା ପରେ ତଡା ଖାଇଲେ ପ୍ରଧାନଶିକ୍ଷକ

କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ୍‌ ଅନ୍ତର୍ଗତ ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶୀଲ କୁମାର ବେହେରା ନକଲି ସାର୍ଟିଫିକେଟ ଦେଇ ଚାକିରି ଚାକିରୀ କରିଥିବା ଜଣା ପଡିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି।

ପୂର୍ବରୁ ଏବିଷୟରେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲା, ଯାଞ୍ଚ ପରେ ଅଭିଯୋଗ ସତ୍ୟ ପ୍ରମାଣିତ ହେବାରୁ ଏପରି ପଦକ୍ଷେପ ନିଆଯାଇଛି ।

ରାଜ୍ୟରେ ଲକ୍ଷ ଲକ୍ଷ ଉଚ୍ଚଶିକ୍ଷିତ ଯୋଗ୍ଯ ପ୍ରାର୍ଥୀ ବେକାର ଥିବାବେଳେ, ପ୍ରାଥମିକ ଓ ମାଧ୍ୟମିକ ସ୍କୁଲଗୁଡିକରେ ଏବେ ବି ନକଲି ସାର୍ଟିଫିକେଟ ବଳରେ ଚାକିରୀ କରୁଥିବା ବହୁ ସଂଖ୍ୟକ ଶିକ୍ଷକ ଅଛନ୍ତି, ସେମାନଙ୍କ ସମ୍ପର୍କରେ ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ କେବେ ନିଆଯିବ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply

Your email address will not be published.