ଟ୍ରେନଡ୍ ଗ୍ରାଜୁଏଟ ପ୍ରାଥମିକ ଶିକ୍ଷକମାନଙ୍କୁ ଅବହେଳା କରୁଛନ୍ତି ସରକାର

ରାଜ୍ୟ ପ୍ରାଥମିକ ବିଏଡ୍ ଶିକ୍ଷକ ମହାସଂଘର କାର୍ଯ୍ୟକାରିଣୀ ବୈଠକ ସଭାପତି ଅଜୟ କୁମାର ଧଳଙ୍କ ଅଧ୍ଯକ୍ଷତାରେ ଭୁବନେଶ୍ୱରସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦଠାରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ୧୫୦ରୁ ଉର୍ଦ୍ଧ୍ୱ ଟିଜିଟି ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

ସରକାର କ୍ରମାଗତ ଭାବରେ ଟିଜିଟି ଶିକ୍ଷକମାନଙ୍କୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତି ଦେଇ ସିଟି ଶିକ୍ଷକଙ୍କୁ ଦିଆଯାଉଥିବା ହାରରେ ଦରମା ଦେଉଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ କ୍ଷୋଭ ପ୍ରକାଶ କରିଥିଲେ ।

ଏହି ବୈଠକରେ ୩୦ ଜିଲ୍ଲାରୁ ୧୦୦ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଏକ କୋର କମିଟି ଗଠନ କରାଗଲା ଓ ୨ ମାସ ମଧ୍ୟରେ ଜିଲ୍ଲା ସ୍ତରୀୟ ସଂଘ ଓ ବ୍ଲକ ସ୍ତରୀୟ ସଂଘ ଗଠନ କରିବାକୁ ନିଷ୍ପତି ନିଆଗଲା ।

ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟିଜିଟିମାନଙ୍କୁ ମୂଳ ଦରମା ୯୩୦୦ ଟଙ୍କା ଓ ଗ୍ରେଡ଼ ପେ ୪୨୦୦ଟଙ୍କ ପ୍ରଦାନ କରିବା ସହ ୬ ବର୍ଷର ଠିକା ଚାକିରୀକୁ ସମ୍ପୂର୍ଣ୍ଣ ଚାକିରୀ କାଳରେ ମିଶାଇବା ପାଇଁ ଦାବି କରାଯାଇଥିଲା।

ବୈଠକରେ ଗୃହିତ ପ୍ରସ୍ତାବ ଅନୁସାରେ ପୁରୁଣା ପେନସନ ଲାଗୁ କରିବା ଓ ବଦଳି ନୀତିର ସରଳୀକରଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

Leave A Reply

Your email address will not be published.